କରୋନା ବିପତ୍ତି : ମହାରାଷ୍ଟ୍ରରେ ୨୦୦ ଅତିକ୍ରମ କଲା ଆକ୍ରାନ୍ତଙ୍କ ସଂଖ୍ୟା

  • ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ବୃଦ୍ଧି ପାଇଛି
  • ଦେଶରେ ୨୭ ଜଣଙ୍କର ମୃତ୍ୟୁ ଘଟିଛି
  • ମହାରାଷ୍ଟ୍ର ଏବଂ କେରଳ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି
  • ଲୋକମାନେ ଲକଡ଼ାଉନ୍ କାରଣରୁ ଅନେକ ସ୍ଥାନରେ ଫସି ରହିଛନ୍ତି
  • ଫସି ରହିଥିବା ଲୋକଙ୍କୁ ସାହାୟତାର ହାତ ବଢାଇଲେ ସରକାର
    ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ(ଭାଇରସ୍) ବିପର୍ଯ୍ୟୟ ଜାରି ରଖିଛି। ପ୍ରତିଦିନ ନୂତନ ରୋଗୀ ଚିହ୍ନଟ ହେଉଛନ୍ତି। ଦେଶର ପ୍ରାୟ ପ୍ରତ୍ୟେକ ରାଜ୍ୟରେ ପ୍ରତିଦିନ ରୋଗୀ ଚିହ୍ନଟ ହେଉଛନ୍ତି। ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ଦେଶର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭୯କୁ ବୃଦ୍ଧି ପାଇଛି। ସେହିଭଳି ମୃତକଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି। ଆଜି ଦେଶରେ ତାଲା ବନ୍ଦର ପଞ୍ଚମ ଦିନ। ରବିବାର ମହାରାଷ୍ଟ୍ରରେ କରୋନାରେ ୧୫ଜଣ ନୂଆ ସଂକ୍ରମଣ ହେବାର ରିପୋର୍ଟ ଆସିଛି। ଏହା ସହିତ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଅତିକ୍ରମ କରିଛି।

Comments are closed.