କରୋନା ଭାଇରସ୍ ; ମାର୍ଚ୍ଚ ୨୭ରେ ବନ୍ଦ ରହିବ ଆପଲର ସମସ୍ତ ଷ୍ଟୋର, ଘରେ ବସି କାମ କରିବେ କର୍ମଚାରୀ

– ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ ଆପଲ୍ ଷ୍ଟୋରଗୁଡିକ ବନ୍ଦ ରହିବ
– ସମସ୍ତ କର୍ମଚାରୀ ଘରେ ବସି କାମ କରିବେ
– ଚିଠି ଲେଖି ସୂଚନା ଦେଲେ ଟିମ୍ କୁକ୍
ନୂଆଦିଲ୍ଲୀ : କରୋନା ଭୂତାଣୁ(ଭାଇରସ୍)ର ପ୍ରସାରକୁ ଦୃଷ୍ଟିରେ ରଖି ଆପଲ୍ କମ୍ପାନି ତାହାର ସମସ୍ତ ଷ୍ଟୋର ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆପଲ୍ କହିଛି ଯେ, ଏହାର ସମସ୍ତ ଷ୍ଟୋର ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ ଏବଂ କେବଳ ଗ୍ରେଟର ଚାଇନା ଷ୍ଟୋର ଖୋଲା ରହିବ। ମାର୍ଚ୍ଚ ୨୭ ପରେ କରୋନା ଭୂତାଣୁ(ଭାଇରସ୍) ସ୍ଥିତିକୁ ଦୃଷ୍ଟିରେ ରଖି ଷ୍ଟୋର ଖୋଲିବାକୁ ବିଚାର କରିବ।
ଆପଲ୍ ସିଇଓ ଟିମ୍ କୁକ୍ ଏକ ଚିଠି ଲେଖି ସୂଚନା ଦେଇଛନ୍ତି ଯେ, ଚୀନ୍ ବ୍ୟତୀତ ସମଗ୍ର ବିଶ୍ୱରେ ଆପଲ୍ ଷ୍ଟୋରଗୁଡିକ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ବନ୍ଦ ରହିବ। ଆପଲର ୱେବସାଇଟରେ ଟିମ୍ କୁକଙ୍କ ଏହି ଚିଠିକୁ ପଢି ପାରିବେ। ଆପଲର ଏହି ନିଷ୍ପତ୍ତି ପରେ ଏବେ ସମସ୍ତ କର୍ମଚାରୀ ଘରେ ବସି କାମ କରିପାରିବେ। କରୋନାରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆପଲ୍ ବିଶ୍ବବ୍ୟାପୀ ୧୫ ମିଲିୟନ୍ ଡଲାର୍ ଦାନ କରିଛି। ଚିଠିରେ ଟିମ୍ କୁକ୍ ନିଜେ ଏହି ସୂଚନା ଦେଇଛନ୍ତି।

Comments are closed.