ମହାରାଷ୍ଟ୍ର: ସବୁ କର୍ମଚାରୀଙ୍କ ଦରମା କାଟ

ମୁମ୍ବାଇ: କରୋନାଜନିତ ଆର୍ଥିକ ଅବନତି ଓ ସ୍ବାସ୍ଥ୍ୟ ସଂକ୍ରାନ୍ତ ବ୍ୟୟ ଦୃଷ୍ଟିରୁ ମହାରାଷ୍ଟ୍ର ସରକାର ସବୁ କର୍ମଚାରୀଙ୍କ ଦରମା କାଟ କରିଛନ୍ତି। କଟାଯାଉଥିବା ଦରମା ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାର ସୂଚନା ଦେଇଛନ୍ତି ।
ଶ୍ରୀ ପାୱାରଙ୍କ ସୂଚନା ଅନୁସାରେ ‘କ’ ଓ ‘ଖ’ ବର୍ଗର କର୍ମଚାରୀଙ୍କ ଦରମା ୫୦% ଓ ‘ଗ’ ବର୍ଗର କର୍ମଚାରୀଙ୍କ ଦରମା ୨୫% କମ୍ ମିଳିବ। ତେବେ ‘ଘ’ ବର୍ଗର କର୍ମଚାରୀଙ୍କ ଦରମା ଆଦୌ ହ୍ରାସ କରାଯିବ ନାହିଁ । ରାଜ୍ୟ ଅର୍ଥନୀତି କରୋନା ନିମନ୍ତେ ଗଭୀର ପ୍ରଭାବିତ ହୋଇଛି । ତେଣୁ ସରକାରଙ୍କୁ ଏପରି କଷ୍ଟକର ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ପାୱାର କହିଛନ୍ତି । ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.