କେରଳରେ କରୋନା ଭାଇରସ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ଭାଇରସରେ ଚୀନରେ ୧୭୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଏହି ଭାଇରସ ଭାରତରେ ପହଞ୍ଚିଛି। କେରଳରେ ଜଣେ ଯୁବକ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଭାଇରସ୍‌ ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡିଛି। ଡାକ୍ତରୀ ଦଳ ତାଙ୍କୁ ୨୪ଘଣ୍ଟିଆ ନିରୀକ୍ଷଣରେ ରଖିଛନ୍ତି।

ଯୁବକ ଜଣଙ୍କ ଚୀନର ବୁହାନ ବିଶ୍ବବିଦ୍ୟାଳୟରେ ପଢୁଥିଲେ। ଚୀନରେ କରୋନା ଭାଇରସରେ ଆତଙ୍କ ସୃଷ୍ଟି ହେବା ପରେ ସେ ଭାରତ ଫେରିଥିଲେ। ଭାରତ ଫେରିବା ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇଥିଲା। ଡାକ୍ତର ପରାମର୍ଶ ପରେ ସେ କରୋନା ଭାଇରାସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା। ଅନ୍ୟପକ୍ଷରେ ତ୍ରିପୁରାର ଜଣେ ବ୍ୟକ୍ତି ମଲେଶିଆରେ କରୋନା ଭାଇରସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

Comments are closed.