କରୋନା :  ସାରା ବିଶ୍ୱରେ ପ୍ରାଣ ହରାଇଲେଣି ୧୮ଲକ୍ଷ, ୧ ନମ୍ବରରେ ଆମେରିକା

ୱାଶିଂଟନ : ବୈଶ୍ବିକ ମହାମାରୀ କରୋନାରେ ବର୍ତ୍ତମାନ ସୁଦ୍ଧା ବିଶ୍ବ​‌ରେ ପ୍ରାୟ ୧୮ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଲାଣି । ସେହିପରି ୮ କୋଟି ୨୪ ଲକ୍ଷରୁ ଅଧିକ ଲୋକ ଏହି ମାରାତ୍ମକ ଭୂତାଣୁର ଶିକାର ହୋଇଛନ୍ତି।

ଆମେରିକାର ଜନ ହପକିନ୍ସ ବିଶ୍ବିବଦ୍ୟାଳୟର ସେଣ୍ଟର ଫର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ (CSSE) ଦ୍ବାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ୧୯୧ ଦେଶରେ କରୋନା ଭୂତାଣୁ ଏପର୍ଯ୍ୟନ୍ତ ୮ କୋଟି ୨୪ ଲକ୍ଷ ୧୪ ହଜାର ୭୧୪  ଲୋକଙ୍କୁ ସଂକ୍ରମିତ କରିଥିବାବେଳେ ୧୭ ଲକ୍ଷ ୯୯ ହଜାର ୯୯ ରୋଗୀଙ୍କର ମୃତ୍ୟୁ ଘଟିଛି।

ସର୍ବାଧିକ ପ୍ରଭାବିତ ଦେଶ ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏକ କୋଟି ୯୫ ଲକ୍ଷ ଅତିକ୍ରମ କରିଥିବାବେଳେ ୩ ଲକ୍ଷ ୩୮ ହଜାର ୫୬୧ ଜଣଙ୍କର ମୃତ୍ୟୁ ହୋଇଛି।

ଆମେରିକୀୟ ପରେ କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ହେଉଛି ବ୍ରାଜିଲ ଏବଂ ଭାରତ। ଭାରତରେ କରୋନା ସଂକ୍ରମଣର ସଂଖ୍ୟା ଏକ କୋଟି ଅତିକ୍ରମ କରିଥିବାବେଳେ ବ୍ରାଜିଲରେ ଏହି ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି।

Comments are closed.