କରୋନା ଅପଡେଟ୍ : ଦେଶରେ ବଢୁଛି ମୃତ୍ୟୁ ସଂଖ୍ୟା, ୧୬୩୭ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁ(ଭାଇରସ୍) ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାରୀ ଭାବରେ ଏପର୍ଯ୍ୟନ୍ତ ଦେଶରେ ମୃତ୍ୟୁ ସଂଖ୍ୟା ୩୮ ବୋଲି କୁହାଯାଉଛି। ତେବେ ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ଅନ୍ୟାନ୍ୟ ସଂସ୍ଥା ପକ୍ଷରୁ ବୁଧବାର ରାତି ୧୦ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୫୦ ଅତିକ୍ରମ କରିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୩୭ରୁ ଅଧିକ ହୋଇଛି। ସେଥିମଧ୍ୟରୁ ଗତକାଲିରୁ ଆଜି ମଧ୍ୟରେ ୩୮୬ ଜଣଙ୍କ ଠାରେ ପଜିଟିଭ୍ ଆସିଥିବା ଜଣାପଡ଼ିଛି। ୧୪୮ଜଣ ଆରୋଗ୍ୟ ହୋଇଛନ୍ତି। ସେହିଭଳି ବୁଧବାର ସନ୍ଧ୍ୟା ସୁଦ୍ଧା ବିଶ୍ବରେ ମୃତ୍ୟୁସଂଖ୍ୟା ୪୩୫୨୨ ଛୁଇଁଥିବାବେଳେ ୮୭୬,୩୪୮ ଜଣ ଆକ୍ରାନ୍ତ ହୋଇଛନ୍ତି।
ମହାରାଷ୍ଟ୍ରରେ ବୁଧବାର ସକାଳେ ଆହୁରି ୧୮ଜଣଙ୍କଠାରେ କରୋନା ପଜିଟିଭ ଆସିଛି। ମଧ୍ୟପ୍ରଦେଶରେ କରୋନା ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। କେବଳ ଇନ୍ଦୋରର ୧୯ ଜଣ ଲୋକ ସଂକ୍ରମିତ ହୋଇଥିବା ଜଣାପଡିଛି।

Comments are closed.