ଏହି ଦେଶରେ କରୋନା ପଜିଟିଭଙ୍କୁ ମିଳେ ୯୪ ହଜାର ଟଙ୍କା

କାଲିଫର୍ନିଆ : ବିଶ୍ବରେ ଏଭଳି ଏକ ଦେଶ ରହିଛି ଯେଉଁଠି କରୋନା ପଜିଟିଭଙ୍କୁ ୯୪ ହଜାର ଟଙ୍କା ଦିଆଯିବ। ଆମେରିକାର କାଲିଫର୍ନିଆର ଏକ ଆଲାମେଡା ସୁପରଭାଇଜର ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କରୋନା ସଂକ୍ରମଣ ଚହ୍ନଟ ହେବା ପରେ ବ୍ୟକ୍ତିଙ୍କୁ ପ୍ରାୟ ୯୪ ହଜାର ଟଙ୍କା ଦିଆଯିବ। ତାଙ୍କର ଖାଦ୍ୟ ଖର୍ଚ୍ଚ, ଭଡା ଏବଂ ଫୋନ୍ ବିଲ୍ ବାବଦକୁ ଏହି ଟଙ୍କା ସାହାଯ୍ୟ କରାଯିବ।

କାଲିଫର୍ନିଆର ଆଲାମେଡା କାଉଣ୍ଟିର ସୁପରଭାଇଜର ବୋର୍ଡ କହିଛି ଯେ ସଂକ୍ରମିତ ହେବା ପରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ଅନେକ ଲୋକ କ୍ବାରେନଣ୍ଟାଇନରେ ରହିପାରିବେ ନାହିଁ। ଏହି କାରଣରୁ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ବୋର୍ଡ କହିଛି ଯେ, ଯଦି ଲୋକମାନେ ପରୀକ୍ଷା ହେବାକୁ ଡରୁଛନ୍ତି, ତେବେ ସଂକ୍ରମଣ ରୋକିବା ଯୋଜନା ସଫଳ ହେବ ନାହିଁ। ୯୪ ହଜାର ଟଙ୍କା ସହାୟତା ପାଇବାକୁ ହେଲେ ବ୍ୟକ୍ତିଙ୍କୁ ସଂପୃକ୍ତ କ୍ଲିନିକରେ ପରୀକ୍ଷା ଦେବାକୁ ପଡିବ।

Comments are closed.