କରୋନାକୁ ନେଇ ରାହୁଳଙ୍କ ନିଶାଣରେ କେନ୍ଦ୍ର ସରକାର: ମୋଦୀ ସରକାରଙ୍କ ଭୁଲ ପରିଚାଳନା ଯୋଗୁଁ ଦେଶର ଅବସ୍ଥା ଖରାପ

ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୀବ୍ରତା ଓ ସଂକଟ ସମୟରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ କେନ୍ଦ୍ର ସରକାର ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନାର ଗୋଟିଏ ବି ସୁଯୋଗ ହାତଛଡ଼ା କରୁନାହାନ୍ତି । ଅତ୍ୟନ୍ତ ଆକ୍ରମଣାତ୍ମକ ଢ଼ଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ନିଶାଣ କରୁଛନ୍ତି । ମଙ୍ଗଳବାର ଦେଶରେ କରୋନା ସଂକ୍ରମଣ ପ୍ରସଙ୍ଗରେ ରାହୁଳ ପୁଣିଥରେ ମୋଦୀ ସରକାରଙ୍କୁ ଶବ୍ଦବାଣ ଛାଡ଼ିଛନ୍ତି ।

ଟ୍ବିଟ୍ କରି ରାହୁଳ କହିଛନ୍ତି ଯେ ମୋଦୀ ସରକାରଙ୍କ ମନ୍ଦ ପରିଚାଳନା ଯୋଗୁଁ କରୋନା ଟୀକା ଦୌଡ଼ରେ ଭାରତ ପଛୁଆ ରହିଛି । ବିଶ୍ବର ୪ଟି ଦେଶ ଟୀକା ନେଇ ଗୁରୁତ୍ବପୂର୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ମାତ୍ର ଭାରତରେ ସ୍ଥିତି ଗୁରୁତର । କରୋନା ସଂକ୍ରମଣ ସଂଖ୍ୟା ଦୃଷ୍ଟିରୁ ଭାରତ ବିଶ୍ବର ଦ୍ବିତୀୟ ସଥାନରେ । ସାପ୍ତାହିକ ସୂଚୀରେ ଆମେରିକା ଓ ବ୍ରାଜିଲର ମୋଟ ସଂଖ୍ୟାରୁ ଭାରତର ସଂକ୍ରମଣ ସଂଖ୍ୟା ଅଦିକ । ରବିବାର କରୋନାର ମୋଟ ସଂକ୍ରମଣ ମାମଲାରେ ଭାରତର ଯୋଗଦାନ ୪୦% ପର୍ଯ୍ୟନ୍ତ ପହଞ୍ଚି ଯାଇଛି । କରୋନା ପ୍ରକୋପ କମୁନାହିଁ । ତେଣୁ ଲୋକମାନେ ନିଜକୁ ସୁରକ୍ଷିତ ରଖନ୍ତୁ ।

ଏଠାରେ ଉଲ୍ଲେଖ ଅନାବଶ୍ୟକ ଯେ ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୩୩ ହୋଇଛି । ସେହିପରି ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୭୫ ହଜାର ଅତିକ୍ରମ କରିଛି । ଦେଶରେ କରୋନା ସଂକ୍ରମଣ ମୋଟ ମାମଲା ୪୨.୮ ଲକ୍ଷ ହୋଇଛି ଓ ମୃତ୍ୟୁ ସଂଖ୍ୟା ୭୨ ହଜାର ଅତିକ୍ରମ କରିଛି । ସେହିପରି ଦେଶରେ ସଂକ୍ରିୟ ରୋଗୀ ସଂଖ୍ୟା ୮ଲକ୍ଷ ୮୩ ହଜାର ୬୭୯ରେ ପହଞ୍ଚିଛି ।

Comments are closed.