ଶୀତଦିନେ ବଢ଼ିପାରେ କରୋନା ସଂକ୍ରମଣ ଗତି: ସତର୍କ କଲା ନୀତି ଆୟୋଗ

ଭାରତରେ କରୋନା ଭାଇରସ ମାମଲା ହ୍ରାସର ନାମ ନେଉନାହିଁ, ଆଗାମୀ ଶୀତଦିନେ କରୋନା ସଂକ୍ରମଣ ବୃଦ୍ଧି ହୋଇପାରେ ବୋଲି ଆଶଙ୍କା କରାଯାଉଛି । ଏହି ସମୟ​‌ରେ ନୀତି ଆୟୋଗ ସଦସ୍ୟ ଡ଼. ଭି.କେ.ପାଲ ଶୀତ ଦିନ ନିମନ୍ତେ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।  ଅଧିକାଂଶ ଶ୍ଵାସରୋଗଜନିତ  ଜୀବାଣୁ ଶୀତ ସମୟରେ ବୃଦ୍ଧି ପାଇଥାଆନ୍ତି  ଆଗକୁ ଶୀତଦିନ ଆସୁଛି ଏବଂ ସଂକ୍ରମଣ ହେବାର ଆଶଙ୍କା ବଢ଼ୁଛି । ଏଭଳି ପରିସ୍ଥିତିରେ କରୋନା ଟିକା ଆସିବାର କୌଣସି ସମ୍ଭାବନା ନାହିଁ, ତେଣୁ ସତର୍କତା ଏକମାତ୍ର ବାଟ ବୋଲି ଡ଼. ପାଲ କହିଛନ୍ତି । ଏହା ସହ ପରିସ୍ଥିତିର ମୁକାବିଲା ନିମନ୍ତେ ବାଧ୍ୟତାମୂଳକ ଭାବରେ ମାସ୍କ ପିନ୍ଧିବାକୁ ସେ ପରାମର୍ଶ ଦେଇଛନ୍ତି ।

ନୀତି ଆୟୋଗର ସଦସ୍ୟ (ସ୍ବାସ୍ଥ୍ୟ)  ଡକ୍ଟର ଭି.କେ ପାଲ ମଙ୍ଗଳବାର ଦେଶରେ କୋଭିଡ  ମହାମାରୀର ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି  କୋଭିଡ ୧୯ ଏତେ ଶୀଘ୍ର ଯିବା ଜଣାପଡ଼ୁ ନାହିଁ । ଆମେ ଆମର ପରିଷ୍କାର ପରିଚ୍ଛନ୍ନତାର ଯତ୍ନ ନେବା ଆବଶ୍ୟକ । କରୋନା  ଶୀତଦିନେ ଏହି ରୋଗ ବଢ଼ିବା ସମ୍ଭାବନା ଅଧିକ । ତେଣୁ ଆମର ଦୈନନ୍ଦିନ ଜୀବନରେ ପରିବର୍ତନ ଆବଶ୍ୟକ । ମାସ୍କ, ସାମାଜିକ ଦୂରତା ଆଦିକୁ ଜୀବନର ଅଂଶ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, କରୋନା ସଂକ୍ରମଣକୁ ରୋକିବା ପାଇଁ ଥ୍ରୀ-ପ୍ଲାଇ ମାସ୍କ (ତିନି-ସ୍ତରୀୟ ମାସ୍କ) ଏବଂ ଘରେ ତିଆରି ମାସ୍କ ଉପକାରୀ। ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ N95 ମାସ୍କ ଉପକାରୀ ହୋଇଥିବାବେଳେ ସର୍ଜିକାଲ୍ ମାସ୍କ ଉପଯୋଗୀ । ତେଣୁ ମାସ୍କ ପିନ୍ଧିବାକୁ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି ।

Comments are closed.