ଲୁଚି ପଳାଇଲେ ବ୍ରିଟେନ୍ ଫେରନ୍ତା ୫ କରୋନା ସଂକ୍ରମିତ; ଦିଲ୍ଲୀ ବିମାନବନ୍ଦରରେ ଆତଙ୍କ

ବ୍ରିଟେନରେ ଦେଖା ଯାଇଥିବା କରୋନା ଭାଇରସ ନୂଆ ଷ୍ଟ୍ରେନ୍ ସାରା ବିଶ୍ବରେ ବ୍ୟାପିଛି । ଅନେକ ଦେଶ  ବ୍ରିଟେନକୁ  ବିମାନ ଉଡ଼ାଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତରେ ମଧ୍ୟ ବ୍ରିଟେନରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରଣାଳୀ (SOP) ଜାରି କରାଯାଇଛି। ତଥାପି କିଛି ଯାତ୍ରୀ ଯେଉଁପରିମାଣରେ ଏହି ଏସଓପିକୁ ଅବହେଳା କରୁଛନ୍ତି ତାହା କେବଳ ଅକ୍ଷମଣୀୟ ନୁହେଁ, ଦେଶ ପାଇଁ ବିପଦ ବୋଲି କୁହାଯାଉଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ବ୍ରିଟେନରୁ ଭାରତ ଫେରିଥିବା କରୋନା ସଂକ୍ରମିତ ୫ ବ୍ୟକ୍ତି  ଦିଲ୍ଲୀ ବିମାନବନ୍ଦର ଦିଲ୍ଲୀ ବିମାନବନ୍ଦରରୁ ନିଖୋଜ ହୋଇ ଯାଇଛନ୍ତି ।   ପରେ ସେମାନଙ୍କ ମଧ୍ୟରୁ ତିନିଜଣଙ୍କୁ ମଙ୍ଗଳବାର ରାତିରେ ଦିଲ୍ଲୀରେ ଠାବ କରାଯାଇଥିବାବେଳେ ଜଣେ ପଞ୍ଜାବର ଜଳନ୍ଧର ଓ ଅନ୍ୟଜରେ ଆନ୍ଧ୍ରପଦେଶକୁ ଚାଲି ଯାଇଥିବା ସୂଚନା ମିଳିଛି । ଜଳନ୍ଧରକୁ ଯାଇଥିବା ବ୍ୟକ୍ତିଙ୍କୁ ଲୁଧିଆନାରୁ ଠାବ କରାଯାଇଛି ଓ ବୁଧବାର ବିଳମ୍ବିତ ରାତିରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି । ଏହାକୁ ନେଇ ପଞ୍ଜାବର ଜଳନ୍ଧର ଓ ଲୁଧିଆନାରେ ଉତ୍ତେଜନା ସୃଷ୍ଟି ହୋଇଛି ।

ସୂଚନାନୁସାରେ ସଂକ୍ରମିତ ବ୍ୟକ୍ତିଙ୍କ ମଧ୍ୟରୁ  ଅମୃତସରର ପାଣ୍ଡୋରି ଗାଁର ଜଣେ ୪୬ ବର୍ଷ ବୟସ୍କ ବ୍ୟକ୍ତି ଥିଲେ। ସେ ଜାଣିଶୁଣି ଦିଲ୍ଲୀ ବିମାନବନ୍ଦର ଛାଡି ଜଳନ୍ଧରର ଏକ ଘରୋଇ ଡ଼ାକ୍ତରଖାନାରେ କରୋନା ପରୀକ୍ଷା କରିଥିଲେ । ଲୁଧିଆନା ଅତିରିକ୍ତ ପୁଲିସ କମିଶନର ସନ୍ଦୀପ କୁମାର କହିଛନ୍ତି ଯେ ସମ୍ପୃକ୍ତ ସଂକ୍ରମିତ ବ୍ୟକ୍ତିଙ୍କୁ ଦିଲ୍ଲୀ ପଠାଇବାକୁ ବ୍ୟବସ୍ଥା କରାଯାଇଛି ।

ପଞ୍ଜାବର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ  ବ୍ୟକ୍ତି ଜଣକ କରୋନା ପଜିଟିଭ୍ ହେବା ପରେ ମଧ୍ୟ ଯାତ୍ରା କରିବାରେ ସଫଳ ହୋଇଥିଲେ | ସେ କହିଛନ୍ତି, ‘କରୋନା ରୋଗୀ ଅମୃତସରର, କିନ୍ତୁ ତାଙ୍କ ପୁତୁରା ଲୁଧିଆନାର ଏକ ଡାକ୍ତରଖାନାରେ କାମ କରନ୍ତି । ସେ ଏଠାରେ ଭର୍ତ୍ତି ହେବାକୁ ନିଷ୍ପତ୍ତି ନେଇଥିଲେ। ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୪.୩୦ରେ ସମୟରେ ଆମେ ଦିଲ୍ଲୀର କର୍ତ୍ତୃପକ୍ଷଙ୍କଠାରୁ ଏକ କଲ ପାଇଥିଲୁ ଯେ ପଞ୍ଜାବର ଜଣେ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି। ପ୍ରୋଟୋକଲ୍ ଅନୁଯାୟୀ, ଆମେ ତାଙ୍କୁ ଖୋଜିବା ଆରମ୍ଭ କଲୁ | ସନ୍ଧ୍ୟା ପ୍ରାୟ ୫.୩୦ ସମୟରେ ସେ ତାଙ୍କ ପତ୍ନୀଙ୍କ ସହ ଫୋର୍ଟିସ୍ ହସ୍ପିଟାଲରେ ପହଞ୍ଚିଥିଲେ। ପତ୍ନୀ ମଧ୍ୟ ବ୍ରିଟେନରୁ ଆସିଥିଲେ।

Comments are closed.