କରୋନା ଅପଡେଟ : ବିଶ୍ବରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩,୨୩,୧୮୫କୁ ବୃଦ୍ଧି

ୱାଶିଟନ : ସାରା ବିଶ୍ବରେ ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧି ପାଇବାରେ ଲାଗିଛି। ଯେଉଁ ଅନୁପାତରେ ଲୋକ ଆରୋଗ୍ୟ ଲାଭ କରୁଛନ୍ତି ତା’ଠାରୁ ଅଧିକମାତ୍ରାରେ ଲୋକେ କ​ରୋନାରେ ସଂକ୍ରମିତ ହେଉଛନ୍ତି। ଏବେ ବିଶ୍ବର ୨୧୩ଟି ଦେଶରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।

ବୁଧବାର ପୂର୍ବାହ୍ନ ସୁଦ୍ଧା ବିଶ୍ବରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୩,୨୩,୧୮୫କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ୪,୧୩,୭୦୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୬,୦୩,୯୯୫ ଜଣ ଆରୋଗ୍ୟ ଲାଭ କରିଛନ୍ତି।

କରୋନା ସଂକ୍ରମଣରେ ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ଆମେରିକାରେ ୨୦,୪୫,୫୪୯ ଜଣ କରୋନାରେ ଆକ୍ରାନ୍ତ ଥିବାବେଳେ ୧,୧୪,୧୪୮ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ପଛକୁ ବ୍ରାଜିଲ ମଧ୍ୟ ଅଧିକ ପ୍ରଭାବିତ ହୋଇଛି। ବ୍ରାଜିଲରେ ୭,୪୨,୦୮୪ ଜଣ କରୋନା ଆକ୍ରାନ୍ତ ଥିବାବେଳେ ୩୮,୪୯୭ ଜଣଙ୍କର ମୃତ୍ୟ ଘଟିଛି। ସେହିପରି ​ଋଷରେ ୪,୮୫,୨୫୩ କରୋନା ଆକ୍ରାନ୍ତ ଥିବାବେଳେ ୬,୧୪୨ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ବ୍ରିଟେନରେ ୨,୮୯,୧୪୦ ଜଣ କରୋନା ଆକ୍ରାନ୍ତ ଥିବାବେଳେ ମୃତ୍ୟୁ ସଂଖ୍ୟା ୪୦,୮୮୩ ରହିଛି। ତେବେ ସ୍ପେନରେ ୨,୮୯,୦୪୬ ଜଣ କରୋନା ଆକ୍ରାନ୍ତ ଥିବା ବେଳେ ୨୭,୧୩୬ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.