କରୋନା ଯୁଦ୍ଧରେ ସାମିଲ ଥିବା ଲୋକଙ୍କୁ ଘଣ୍ଟି, ଥାଳି ଓ ତାଳି ମାରି ଉତ୍ସାହିତ କଲେ ସଜାଗ ଜନତା

ସମାଜ ପୋର୍ଟାଲ ଡେସ୍କ :କରୋନା ଯୁଦ୍ଧରେ ସାମିଲ ଥିବା ଲୋକମାନଙ୍କୁ ଉତ୍ସାହିତ କରିବା ପାଇଁ ସମଗ୍ର ଦେଶ ଆଜି ଏକ ହୋଇଛି। ଘଣ୍ଟି,ଥାଳି ଓ ତାଳି ମାରି କରୋନା ଯୁଦ୍ଧରେ ନିଜ ଜୀବନଙ୍କୁ ବାଜିରେ ଲଗାଇ ସାଧାରଣ ଲୋକଙ୍କୁ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି ସଜାଗ ଜନତା। ସାରା ଭାରତ ବର୍ଷ ଆଜି ଏକତ୍ରିତ ହୋଇ ସନ୍ଧ୍ୟା ୫ ଟାରୁ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜନତା କର୍ଫ୍ୟୁ ପାଳନ କରିବା ସମଗ୍ର ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏଥି ସହ ଜନତା କର୍ଫ୍ୟୁ ସମୟରେ ସାରାଦିନ ଘରେ ରହିବେ କିନ୍ତୁ ସନ୍ଧ୍ୟା ୫ଟାରେ ସମସ୍ତେ ଘରୁ ବାହାରି କରୋନା ଯୁଦ୍ଧରେ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଡାକ୍ତର, ପୁଲିସ, ମିଡିଆ, ସଫେଇ କର୍ମଚାରୀ ଓ ଅଗ୍ନିଶମ ବାହିନୀକୁ ଉତ୍ସାହିତ କରିବା ପାଇଁ। ଯାହାକୁ ପାଳନ କରିଛନ୍ତି ସାରା ଦେଶବାସୀ। ନେତା ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ମାନିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସାରା ଓଡିଶା ମଧ୍ୟ ପାଳନ କରାଯାଇଛି। ସନ୍ଧ୍ୟା ୫ଟାରେ ହଠାତ ଘଣ୍ଟି, ହୁଳହୁଳି, ଶଙ୍ଖ ଧ୍ବନି,ଥାଳି ଓ ତାଳି ମାଡରେ ହଠାତ ପ୍ରକମ୍ପିତ ହୋଇଥିଲା ଗାଁ ଓ ସହର । ଜନତା କର୍ଫ୍ୟୁ ପାଇଁ ସାରା ଦିନ ନିରବତା ରାଜ କରୁଥିବା ରାଜଧାନୀ ଭୁବନେଶ୍ବର ମଧ୍ୟ ପ୍ରକମ୍ପିତ ହୋଇଥିଲା। ବିଭିନ୍ନ ସ୍ଥାନରେ ଲୋକମାନେ ଏକତ୍ରିତ ହୋଇ ଜରୁରୀକାଳିନ ସେବା ପ୍ରଦାନ କରୁଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି।

Comments are closed.