କରୋନା​‌ରେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ

ଖୋର୍ଦ୍ଧା : ରାଜ୍ୟରେ ରବିବାର କରୋନାରେ ଆଉ ଜଣେ ପୁଲିସ ଅଧିକାରୀଙ୍କ ମୃତ୍ୟୁ ଘଟିଛି। ବାଣପୁର ଥାନା ଅନ୍ତର୍ଗତ ଗମ୍ଭାରିମୁଣ୍ଡା ଫାଣ୍ଡିର ପୁଲିସ ଅଧିକାରୀ ମୁରଲିଧର ବଳିଆରସିଂଙ୍କର ମୃତ୍ୟୁ ଘଟିଛି। ଏନେଇ ଖୋର୍ଦ୍ଧା ଜିଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି।

ମୁରଲିଧର ବଳିଆରସିଂଙ୍କ ଘର ଖୋର୍ଦ୍ଧା ଜିଲା ବୋଲଗଡ଼ ଥାନା ବାଙ୍କୋଇ ଅଞ୍ଚଳରେ। ସେ ନିକଟରେ କେରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ସମ୍ କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

Comments are closed.