ଝାରସୁଗୁଡ଼ା ଜିଲାରେ କରୋନା ନେଲା ଆଉ ଜଣେ ଯୋଦ୍ଧାଙ୍କ ପ୍ରାଣ: ବଡ଼ମାଳ ଥାନା ସବଇନ୍ସପେକ୍ଟର ରାଜକିଶୋରଙ୍କ ପରଲୋକ

ଝାରସୁଗୁଡ଼ା ଜିଲାରେ ଆଜି କରୋନା ନେଇଛି ଆଉ ଜଣେ ଯୋଦ୍ଧାଙ୍କ ଜୀବନ । ବଡ଼ମାଲ ଥାନା ସବ ଇନିସ୍ପେକ୍ଟର ରାଜକିଶୋର ସାମଦ କରୋନା ସଂକ୍ରମଣରେ ଶିକାର ହୋଇ ପରଲୋକ ଯାତ୍ରା କରିଛନ୍ତି । ତାଙ୍କ ମୃତ୍ୟୁରେ ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । କୋଭିଡ ମୁକାବିଲା  ଯୁଦ୍ଧରେ ତାଙ୍କର ଅମୂଲ୍ୟ ବଳିଦାନ ଜିଲ୍ଲାବାସୀ ଓ ପ୍ରଶାସନ ଚିରକାଳ ମନେରଖିବ ବୋଲି ସେ କହିଛନ୍ତି । ପୁଲିସବାହିନୀ ର ଏହି ନିଃସ୍ୱାର୍ଥପର ସେବା ପାଇଁ ଜିଲ୍ଲାରେ ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି ସେ କହିଛନ୍ତି ।

ରାଜକିଶୋର କିଛିଦିନ ତଳେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ  ଝାରସୁଗୁଡ଼ା କୋଭିଡ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ଗତ ୧୦ ଦିନ ତଳେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା ଓ ପ୍ଲାଜମା ଥେରାପି ମଧ୍ୟ ଦିଆ ଯାଇଥିଲା । ମାତ୍ର ଡାକ୍ତରଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ତାଙ୍କର ଜୀବନ ରକ୍ଷା କରାଯାଇପାରିଲା ନାହିଁ ବୋଲି ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ ଗଣମାଧ୍ୟମକୁ କହିଛନ୍ତି ।

Comments are closed.