ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଓ ଲୋପିନାଭିର୍ ଔଷଧ ପରୀକ୍ଷଣ ବନ୍ଦ କଲା ‘ହୁ’

କରୋନା ସଙ୍କ୍ରମିତ ରୋଗୀଙ୍କ ଚିକିତ୍ସାରେ ମ୍ୟାଲେରିଆ ନିରୋଧୀ ଔଷଧ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ପ୍ରଭାବଶାଳୀ କି ନୁହେଁ ତାହା ଉପରେ ଚାଲିଥିବା ପରୀକ୍ଷଣ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବନ୍ଦ କରିଛି। ‘ହୁ’ କହିଛି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏବଂ ଏଚ୍.ଆଇ.ଭି / ଏଡସ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧ ଲୋପିନାଭିର୍/ରାଇଟୋନାଭିର ପରୀକ୍ଷଣ ତଦାରଖ କରୁଥିବା ସଂସ୍ଥାର ସୁପାରିଶ ଅନୁଯାୟୀ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସଂଗଠନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚିକିତ୍ସାଧୀନ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ଦିଆଯାଉଥିବା ହାଇଡ୍ରୋକ୍ସିକ୍ଲୋରୋକ୍ୱିନ ଏବଂ ଲୋପିନାଭିର / ରାଇଟୋନାଭିର କୋଭିଡ -୧୯ ରୋଗୀଙ୍କ ମୃତ୍ୟୁହାର ହ୍ରାସ ହେଉନାହିଁ। ଏଥିରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ମୃତ୍ୟୁହାର ବୃଦ୍ଧି ହେବାର ମଧ୍ୟ କୌଣସି ଠୋସ୍ ପ୍ରମାଣ ମିଳିନଥିବା ସେହି ସଂସ୍ଥା କହିଛି।

‘ହୁ’ କହିଛି ଯେ ଡାକ୍ତରଖାନାରେ ଭର୍ତ୍ତି ହୋଇନଥିବା କିମ୍ବା କରୋନା ଭୁତାଣୁ ସଂସ୍ପର୍ଶରେ ଆସିବା ପୂର୍ବରୁ କିମ୍ବା କିଛି ସମୟ ପରେ ଏହି ଔଷଧ ସେବନ କରୁଥିବା ରୋଗୀଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି ଲାଗୁ ହେବ ନାହିଁ।

Comments are closed.