ଝାରସୁଗଡାରୁ ପୁଣି ଜଣେ ପଜିଟିଭ୍ ଚିହ୍ନଟ, ରାଜ୍ୟରେ ୧୬୦ ରେ ପହଞ୍ଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମାଜ ପୋର୍ଟାଲ ଡେସ୍କ : ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ପଜିଟିଭ୍ ଜଣଙ୍କ ଝାରସୁଗଡା ଜିଲାର ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଏଥି ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୦ ରେ ପହଞ୍ଚିଛି । ଆଜି ସକାଳେ ଗଞ୍ଜାମ ଜିଲାରୁ ଦୁଇ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଝାରସୁଗଡାର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ  ୩୮ ହଜାର ୬୫୮ଟି ଆରଟି ପିସିଆର ଟେଷ୍ଟ ହୋଇଛି । ଏଥିରୁ ୧୬୦ଟି ନମୁନା ପଜିଟିଭ ରିପୋର୍ଟ ଆସିଛି । ଏବେ ସୁଦ୍ଧା ୫୬ ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ୧୦୩ ଜଣଙ୍କ ଚିକିତ୍ସା ଜାରି ରହିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୮୮ଟି ନମୁନା ପରୀକ୍ଷା ହୋଇଛି ।

Comments are closed.