କେତେଦିନ ଶରୀରରେ ରହିବ କରୋନା ଭୂତାଣୁ, ଆମେରିକାର ଜଣେ ମହିଳାଙ୍କ ଶରୀରରେ ୧୦୫ ଦିନ ରହିଲା କରୋନା

କରୋନା ମହାମାରୀର ପ୍ରଭାବ ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଭଳି ଥିଲା, ଏବେ ଯଦିଓ ତାହା ହ୍ରାସ ପାଇଛି କିନ୍ତୁ ମଣିଷ ଦେହରେ ଏହି ଭୂତାଣୁ କେତେଦିନ ରହିପାରିବ, କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକଙ୍କୁ ଆଉ କରୋନା ହେବା କି ନାହିଁ, ସେ ନେଇ ବିଭିନ୍ନ ସମୟରେ ଅଲଗା ଅଲଗା ତଥ୍ୟ ଆସିବାରେ ଲାଗିଛି। ଏ କ୍ଷେତ୍ରରେ ଗବେଷଣା ଜାରି ରହି ଥିବାରୁ ଭିନ୍ନ ଭିନ୍ନ ତଥ୍ୟ ଆସିବା ସ୍ୱାଭାବିକ। ତେବେ ଆମେରିକାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ଯେଉଁଠାରେ ଜଣେ ମହିଳାଙ୍କ ଶରୀରରେ ୧୦୫ ଦିନ ଧରି କରୋନା ଭୂତାଣୁ ରହିଥିଲା।

ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ରିପୋର୍ଟ ଅନୁଯାୟୀ, ‘ସେଲ୍’ ନାମକ ଏକ ଅନୁସନ୍ଧାନରେ ଦର୍ଶାଯାଇଛି ଯେ ରକ୍ତ କର୍କଟ ରୋଗରେ ପୀଡିତ ଜଣେ ଆମେରିକୀୟ ମହିଳାଙ୍କ ଶରୀରରେ କରୋନା ଭୂତାଣୁ ଥିଲେ ମଧ୍ୟ ସମ୍ପୃକ୍ତ ମହିଳାଙ୍କଠାରେ କରୋନାର କୌଣସି ଲକ୍ଷଣ ଦେଖାଯାଇ ନଥିଲା। ଆମେରିକାର ସେହି ୭୧ ବର୍ଷୀୟା ମହିଳାଙ୍କ ଶରୀରରେ ୭୦ ଦିନ ପର୍ଯ୍ୟନ୍ତ କରୋନା ଭୂତାଣୁ ବୃଦ୍ଧି ପାଇବାରେ ଲାଗିଥିଲା। ସାଧାରଣତଃ ଏହାର ସମୟ ସାଧାରଣତ ୮ରୁ ୧୫ ଦିନ ବୋଲି ବିବେଚନା କରାଯାଏ।

ରିପୋର୍ଟ ଅନୁଯାୟୀ, ଅନେକ ବୈଜ୍ଞାନିକ କରୋନା ସଂକ୍ରମଣର ସର୍ବାଧିକ ସମୟ ନେଇ ଅନୁସନ୍ଧାନ କରୁଛନ୍ତି। ଭାରତ ବିଷୟରେ କହିବାକୁ ଗଲେ ଶୀତ ଆରମ୍ଭ ହେବା ସହିତ ଦେଶରେ କରୋନା ଜୀବାଣୁ ସଂକ୍ରମଣ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବା ନେଇ ଆଶଙ୍କା ପ୍ରକାଶ କରାଯାଉଛି। କେବଳ ଦିଲ୍ଲୀରେ ଗତ କିଛି ଦିନ ହେବ ପ୍ରତିଦିନ ପ୍ରାୟ ୬ ହଜାର କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ଜଣାପଡିଛି।

Comments are closed.