ମୋଦୀଙ୍କ ଆହ୍ବାନକୁ ପାଳନ କଲେ ନେତା, ଜନତା ଓ ପ୍ରଶାସକ

ଥାଳି ବଜାଇ କରୋନା ବିପକ୍ଷରେ ଲଢୁଥିବା ଯୋଦ୍ଧାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମାଜ ପୋର୍ଟାଲ ଡେସ୍କ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ଵାନକୁ ସମର୍ଥନ ଜଣାଇଛନ୍ତି ସମସ୍ତ ଦେଶବାସୀ। ଜରୁରୀସେବାରେ ନିୟୋଜିତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ଜଣାଇବା ପାଇଁ ରବିବାର ସନ୍ଧ୍ୟା ୫ଟାରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଭାରତ। ପ୍ରଧାନମନ୍ତ୍ରୀ ଆହ୍ବାନ ସମର୍ଥନ ଜଣାଇଥିଲେ ନେତା, ଜନତା ଓ ପ୍ରଶାସକ। ସମସ୍ତେ ଆଜି ଜନତା କର୍ଫ୍ୟୁକୁ ସଫଳ କରିବା ସହ ସନ୍ଧ୍ୟା ୫ଟାର ଦେଶରେ କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜିରେ ଲଗାଇଥିବା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ସମସ୍ତେ ଘରୁ ବାହାରି ଆସିଥିଲେ। ଘଣ୍ଟ-ଘଣ୍ଟି,ଥାଳି-ତାଳି ଓ ହୁଳହୁଳି ମାଧ୍ୟମରେ କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକୁ ସମର୍ଥନ ଜଣାଇ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ନିଜ ବାଲକୋନିରେ ଛିଡାହୋଇ ଥାଳି ବଜାଇ ଦେଶରେ କରୋନା ବିପକ୍ଷରେ ଲଢୁଥିବା ହିରୋମାନଙ୍କୁ ଉତ୍ସାହିତ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ ସମର୍ଥନ ଜଣାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଭବନରେ ପରିବାର ସହ ଘଣ୍ଟି ଓ ତାଳି ମାରି ଦେଶରେ କରୋନା ଯୁଦ୍ଧ ଲଢୁଥିବା ହିରୋମାନଙ୍କକୁ ଉତ୍ସାହିତ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଦେଶବାସୀଙ୍କୁ ଜନତା କର୍ଫ୍ୟୁକୁ ସଫଳତାର ସହ ପାଳନ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶରେ କରୋନା ବିରୋଧରେ ଲଡୁଥିବା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିଛନ୍ତି। ରାଷ୍ଟ୍ରପତି ଭବନ ପରିସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ପରିବାର ବର୍ଗଙ୍କ ସହ ତାଳିମାରି କରୋନା ବିପକ୍ଷରେ ଲଢୁଥିବା ହିରୋଙ୍କୁ ଅଭିବାଦନ  ଜଣାଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନକୁ ସମର୍ଥନ ଜଣାଇଛନ୍ତି ତାଙ୍କ ମାଆ ହୀରାବେନ। ଗୁଜରାଟ ସ୍ଥିତ ବାସଭବନରେ ମୋଦୀଙ୍କ ମାଆ ହୀରା ବେନ ଥାଳି ବାଜାଇ ଦେଶର କରୋନା ବିରୋଧ ଯୁଦ୍ଧାର ସାମିଲଥିବା ଯୋଦ୍ଧାଙ୍କୁ ଅଭିବାଦନ ଜଣାଇଛନ୍ତି।

 

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସନ୍ଧ୍ୟା ୫ଟା ରେ ନିଜ ବାସଭବନ ବାହାରକୁ ଆସି ତାଳିମାରି ଦେଶର କରୋନା ଯୁଦ୍ଧ ଲଢୁଥିବା ହିରୋଙ୍କୁ ଉତ୍ସାହିତ କରିଛନ୍ତି।

 

କେବଳ ନେତାକି ଜନତା ନୁହଁନ୍ତି ପ୍ରଶାସକମାନେ ମଧ୍ୟ କରୋନା ବିରୋଧି ଯୁଦ୍ଧରେ ସାମିଲଥିବା ଦେଶର ହିରୋମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଲୋକସେବା ଭବନ ପରିସରରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ୫ଟି ସଚିବ ଭି.କେ ପାଣ୍ଡିଆନ,ରାଜ୍ୟ ସରକାରଙ୍କ କରୋନା ସଚେତନତା ଟିମର ମୁଖ୍ୟ ସୁବ୍ରତ ବାଗଚୀ,ସ୍ବାସ୍ଥ୍ୟ ସଚିତ ନିକୁଞ୍ଜ ଧଳ ପ୍ରମୁଖ ଘଣ୍ଟି ଓ ପ୍ଲାକାଡ ଧରି ଦେଶରେ କରୋନା ଯୁଦ୍ଧ ସମୟରେ ଜରୁରୀ ସେବା ଯୋଗାଉଥିବା ଲୋକମାନଙ୍କୁ ଉତ୍ସାହିତ କରିଛନ୍ତି।

Comments are closed.