କରୋନା ସ୍ଥିତିରୁ ମୁକୁଳିବା ପାଇଁ ପାକିସ୍ତାନରେ ସେନା ମୁତୟନ

କରୋନା ସ୍ଥିତିରୁ ମୁକୁଳିବା ପାଇଁ ପାକିସ୍ତାନ ସରକାର ଦେଶର ସେନା ମୁତୟନ କରିଛନ୍ତି। ଦେଶର ସ୍ବାସ୍ଥ୍ୟ ଅବସ୍ଥା ନାହିଁ କହିଲେ ଚଳେ। ଚିକିତ୍ସିକଙ୍କ ପରାମର୍ଶ ଅନୁଯାୟୀ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ପାକିସ୍ତାନରେ ଏପର୍ଯ୍ୟନ୍ତ ୯ଶହ କରୋନା ଭୂତାଣୁ ସଂକ୍ରମଣରେ ଆସିଥିବାବେଳେ ୬ ଜଣଙ୍କ ମୃତ୍ୟୁ ଘଟିଛି ା ସେହିପରି ୨୨ ହଜାର ସନ୍ଦିଗ୍ଧଙ୍କ ରିପୋର୍ଟ ଏଯାଏ ଆସିନି। ସେଠାକାର ସରକାର ତାଲାବନ୍ଦ ଘୋଷଣା କରିଥିଲେ ହେଁ ଜନସାଧାରଣ ଏହାକୁ ପାଳନ କରୁ ନାହାନ୍ତି। ଫଳରେ ବାଧ୍ୟ ହୋଇ ସେନା ସାହାଯ୍ୟରେ ଲୋକଙ୍କୁ ସଚେତନ କରାଯିବ ବୋଲି ପାକିସ୍ତାନ ସରକାର କହିଛନ୍ତି। ସମ୍ପୂର୍ଣ୍ଣ ପାକିସ୍ତାନକୁ ତାଲାବନ୍ଦ ଘୋଷଣା କରି ସେନା ମାଧ୍ୟମରେ ସ୍କ୍ରିନିଂ କରାଯାଇ ସଂକ୍ରମିତ ବ୍ୟକ୍ତିଙ୍କୁ ଚିକିତ୍ସା କରାଯିବ।

Comments are closed.