ରୂପ ବଦଳାଉଛି କରୋନା ଭୂତାଣୁ

ଦେଶବିଦେଶର ଗବେଷକ ସମୂହ କରୋନା ଭାଇରସ୍‌ ନିପାତ ପାଇଁ ଟିକା ପ୍ରସ୍ତୁତିରେ ଯଥାସାଧ୍ୟ ଉଦ୍ୟମ ଚଳାଇଛନ୍ତି। ଖୁବ୍ ଶୀଘ୍ର ଏ ଦିଗରେ ସଫଳତା ମିଳିବ ବୋଲି ମଧ୍ୟ ସେମାନେ ଆଶାବାଦୀ। ପରିସ୍ଥିତି ଜଟିଳ ଥିବାବେଳେ ୱାଶିଂଟନ୍୍‌ର ବିଶେଷଜ୍ଞ ଦଳ ପ୍ରକାଶ କରିଛନ୍ତି ଯେ କରୋନା ଭାଇରସ୍‌ର ରୂପ ପରିବର୍ତ୍ତନ ହେଉଛି। ବିଶେଷଜ୍ଞ ମୁଖ୍ୟ ପିଟର୍ ଥିଲେନ୍‌ଙ୍କ କହିବାନୁସାରେ ବାଲ୍ଟିମୋର୍ ଓ ୱାଶିଂଟନ୍‌‌ରେ ପରୀକ୍ଷା କରାଯାଇଥିବା କରୋନାର ଜେନେଟିକ୍ ସଂରଚନା ବିଶ୍ବର ଅନ୍ୟ ପ୍ରାନ୍ତର ସଂରଚନା ସହ ସମାନ। ଟିକା ପ୍ରସ୍ତୁତି ନିମନ୍ତେ ଏହା ଏକ ଉତ୍ତମ ସଙ୍କେତ ବୋଲି ଗ୍ରହଣ କରାଯାଇଥିବାବେଳେ ଅନ୍ୟପାଖେ ଭାଇରସ୍‌‌ ଧୀର ଗତିରେ ଏହାର ସଂରଚନାର ରୂପ ବଦଳାଉଛି। ଏହି କାରଣରୁ ଟିକା ପ୍ରସ୍ତୁତି ସହଜ ନୁହେଁ ବୋଲି ଗବେଷକ ମୁଖ୍ୟ ମତ ଦେଇଛନ୍ତି।
ଲକ୍-ଡାଉନ୍ କୋହଳ ହେବା ପରେ ବିଶ୍ବର ପ୍ରମୁଖ ପ୍ରାନ୍ତରେ ଲୋକେ ନିୟମ ପାଳନ କରୁନଥିବାର ଦେଖାଯାଉଛି। ବିଶେଷଜ୍ଞ ପିଟର୍‌୍ଙ୍କ ମତରେ ଲୋକେ ଏହି ଭାଇରସ୍‌ର ଭୟାବହତାକୁ ବୁଝୁନାହାନ୍ତି, ଯେଉଁ କାରଣରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ଗୁରୁତର ହେବାର ଆଶଙ୍କା ରହିଛି।

Comments are closed.