କରୋନା ଭୂତାଣୁର ରାସାୟନିକ ଦିଗ : ଡରନ୍ତୁନି; ଭୟକୁ ଜାଣନ୍ତୁ

– ଭୂତାଣୁ(ଭାଇରସ୍) ଜୀବନ୍ତ ନୁହଁନ୍ତି, କିନ୍ତୁ ଲିପିଡ(ଚର୍ବି)ର ପ୍ରତିରକ୍ଷା ସ୍ତର ଦ୍ୱାରା ଆଚ୍ଛାଦିତ ଏକ ପ୍ରୋଟିନ୍ ଅଣୁ (DNA / ଆର୍ ଏନ୍ ଏ ), ଯାହା ଯେତେବେଳେ ଅକୁଲାର(ଚକ୍ଷୁ), ନାସାଲ୍(ନାକ) କିମ୍ବା ବକ୍କାଲ୍(ମୁଖ ଗହ୍ୱର) ମ୍ୟୁକୋସା(ଭିତର ପଟର ଚର୍ମ )ର କୋଷ ଦ୍ୱାରା ଶୋଷିତ ହୁଏ, ଏବଂ ସେତେବେଳେ ସେମାନଙ୍କର ଜେନେଟିକ୍ କୋଡ୍ ପରିବର୍ତ୍ତନ ହୁଏ। ଏହି ପରିବର୍ତ୍ତନ ସେମାନଙ୍କୁ ଆକ୍ରମଣକାରୀ ଏବଂ ବହୁତ ଶୀଘ୍ର ବହୁଗୁଣିତ ହେଉଥିବା ଜୀବକୋଷରେ ପରିଣତ କରେ।
– ଯେହେତୁ ଏହି ଭୂତାଣୁ ଜୀବନ୍ତ ଜୀବ ନୁହଁନ୍ତି ବରଂ ଏକ ପ୍ରୋଟିନ୍ ଅଣୁ, ଏହାକୁ ମୂଳପୋଛ କରି ହୁଏନାହିଁ; କିନ୍ତୁ ଏହା ନିଜେ ନିଜେ କ୍ଷୟ ହୁଏ। ଏହାର କ୍ଷୟ ହେବାର ସମୟ ତାପମାତ୍ରା, ଆର୍ଦ୍ରତା ଏବଂ ପଦାର୍ଥ ପୃଷ୍ଟଭୂମିର ପ୍ରକାର ଭେଦ ଉପରେ ନିର୍ଭର କରେ ଯେଉଁଠାରେ ଏହା କିଛି ସମୟ ପାଇଁ ଜମା ହୋଇ ରହିଥାଏ |
– ଭୂତାଣୁ ଅତ୍ୟନ୍ତ ଦୁର୍ବଳ; ଏହାକୁ ରକ୍ଷା କରୁଥିବା ଏକମାତ୍ର ଜିନିଷ ହେଉଛି ଏହାର ଚର୍ବିର ଏକ ପତଳା ବାହ୍ୟ ସ୍ତର। ସେଥିପାଇଁ ଯେକ କୌଣସି ସାବୁନ୍ କିମ୍ବା ଡିଟରଜେଣ୍ଟ ହେଉଛି ସର୍ବୋତ୍ତମ ପ୍ରତିକାର, କାରଣ ସାବୁନର ଫେଣ(ଫୋମ୍) ଚର୍ବି (ଫ୍ୟାଟ୍) କୁ କାଟିଦିଏ , ଯେଉଁଥିପାଇଁ ଆପଣଙ୍କୁ: କୋଡିଏ ସେକେଣ୍ଡ କିମ୍ବା ଅଧିକ ସମୟ ପାଇଁ, ଅନେକ ଫେଣ (ଫୋମ୍) ତିଆରି କରିବାକୁ, ସେହି ସ୍ଥାନକୁ ଘଷିବାକୁ ପଡିବ। ଫେଣ ଚର୍ବି ସ୍ତରକୁ ଦ୍ରବୀଭୂତ କରି ମିଶାଇ ଦିଏ ଏବଂ ପ୍ରୋଟିନ୍ ଅଣୁଗୁଡ଼ିକ ନିଜେ ବିସ୍ତାରିତ ହୋଇ ଭାଙ୍ଗିଯାଏ।
– ଉତ୍ତାପରେ ଚର୍ବି ତରଳିଯାଏ; ଏହି କାରଣରୁ ହାତ, ପୋଷାକ ଏବଂ ସବୁକିଛି ଧୋଇବା ପାଇଁ ୨୫ ଡିଗ୍ରୀ ସେଲସିୟସରୁ ଅଧିକ ଉତ୍ତପ୍ତ ଜଳ ବ୍ୟବହାର କରିବା ଭଲ। ଏହା ସହିତ, ଗରମ ପାଣି ଅଧିକ ଫେଣ(ଫୋମ୍) ତିଆରି କରେ ଏବଂ ଏହା ଭୂତାଣୁକୁ କ୍ଷୟ କରିବା ପାଇଁ ଅଧିକ ଉପଯୋଗୀ ହୋଇଥାଏ ।
– ମଦ୍ୟ(ସୁରାସାର) କିମ୍ବା ୬୫% ରୁ ଅଧିକ ସୁରାସାର ଥିବା କୌଣସି ମିଶ୍ରଣ କୌଣସି ଚର୍ବି ଫ୍ୟାଟ୍, ବିଶେଷତଃ ଭୂତାଣୁର ବାହ୍ୟ ଲିପିଡ୍ ସ୍ତରକୁ ମିଳାଇଦିଏ।
– ବ୍ଲିଚିଂ ପାଉଡରର ଏକ ଭାଗ୍ ଏବଂ ପାଞ୍ଚ ଭାଗ ଜଳ ସହିତ ତିଆରି ହୋଇଥିବା ଯେକୌଣସି ମିଶ୍ରଣ ପ୍ରୋଟିନ୍‌କୁ ସିଧାସଳଖ ଦ୍ରବୀଭୁତ କରେ, ଏହାକୁ ଭିତରରୁ ଭାଙ୍ଗି ଦିଏ।
– ଅମ୍ଳଜାନଯୁକ୍ତ ଜଳ (ହାଇଡ୍ରୋଜେନ୍ ପେରକ୍ସାଇଡ୍ / ହାଇପୋ ) ସାବୁନ୍, ସୁରାସାର ଏବଂ କ୍ଲୋରିନ୍ ପରେ ମଧ୍ୟ ଦୀର୍ଘ ସମୟ ଧରି ସାହାଯ୍ୟ କରିଥାଏ, କାରଣ ପେରକ୍ସାଇଡ୍ ଭୂତାଣୁ ପ୍ରୋଟିନ୍ ଦ୍ରବୀଭୂତ କରିଥାଏ; କିନ୍ତୁ ଏହାକୁ ବ୍ୟବହାର କରି ପୃଷ୍ଠଭୂମି ସଫା କରିବା ପାଇଁ ଆପଣଙ୍କୁ ଏହାକୁ ସାବଧାନତାର ସହ ବ୍ୟବହାର କରିବାକୁ ପଡିବ କାରଣ ଏହା ଆପଣଙ୍କ ତ୍ୱଚାକୁ କ୍ଷତି କରିପାରେ।
– କୌଣସି ଜୀବାଣୁନାଶକ କାମ କରିବ ନାହିଁ | ଭୂତାଣୁ ଜୀବାଣୁ ପରି ଜୀବ ନୁହେଁ। ଆପଣ ଆଣ୍ଟୋବିଓଟିକ୍ସ ଦ୍ୱାରା ଜୀବନ ନଥିବା ଜିନିଷକୁ ନାଶ କରିପାରିବେ ନାହିଁ; କିନ୍ତୁ ଉପରୋକ୍ତ ସବୁକିଛି ସହିତ ଭୂତାଣୁର ସଂରଚନାକୁ ଶୀଘ୍ର କ୍ଷୟ କରିପାରିବେ। ସେଥିପାଇଁ ସଂକ୍ରମିତଙ୍କୁ ଡାକ୍ତରମାନେ ଅନ୍ୟାନ୍ୟ ବ୍ୟାକ୍ଟେରିଆଲ ସଂକ୍ରମଣ ରୋକିବା ଲାଗି ଆଣ୍ଟିବାଓଟିକ୍ ଦେଇଥାନ୍ତି।
– ବ୍ୟବହୃତ କିମ୍ବା ଅବ୍ୟବହୃତ ପୋଷାକ, ବେଡ୍ ସିଟ୍ କିମ୍ବା କପଡାକୁ କେବେବି ହଲାନ୍ତୁ/ ଝାଡନ୍ତୁ ନାହିଁ। ଭୂତାଣୁ ଏକ ଖଦଡିଆ ଓ କଣାଥିବା ପୃଷ୍ଠରେ ଲାଗି ହୋଇ ରହିଥିବାବେଳେ ଅତ୍ୟନ୍ତ ନିଷ୍କ୍ରିୟ ଥାଏ ଏବଂ କେବଳ (କପଡା ଏବଂ କଣାଥିବା ତନ୍ତୁ ଉପରେ ତିନି ଘଣ୍ଟା , ତମ୍ବା ଉପରେ ଚାରି ଘଣ୍ଟା (କାରଣ ଏହା ସ୍ୱାଭାବିକ ଭାବରେ ଆଣ୍ଟିସେପ୍ଟିକ୍ ଅଟେ) ଏବଂ କାଠ ଉପରେ ଚାରି ଘଣ୍ଟା, କାରଣ ଏହା ସମସ୍ତ ଆର୍ଦ୍ରତାକୁ ଦୂର କରିଥାଏ ଏବଂ ଏହା ଭୂତାଣୁକୁ ନିଜର ଆସ୍ତରଣ କାଢିବାକୁ ଅନୁମତି ଦିଏ ନାହିଁ ଏବଂ ଭୂତାଣୁ କ୍ଷୟ ହୋଇଯାଏ , କାର୍ଡବୋର୍ଡ ଉପରେ ଚବିଶ ଘଣ୍ଟା, ଧାତୁ ଉପରେ ୪୨ ଘଣ୍ଟା ଏବଂ ପ୍ଲାଷ୍ଟିକ୍ ଉପରେ ୭୨ ଘଣ୍ଟା ରହିଥାଏ। କିନ୍ତୁ ଯଦି ଆପଣ ଏହାକୁ ହଲାଇ ଦିଅନ୍ତି/ ଝାଡନ୍ତି କିମ୍ବା ଏକ ଡଷ୍ଟର ଝାଡୁ ବ୍ୟବହାର କରି ଝାଡନ୍ତି, ତେବେ ଭୂତାଣୁ କୋଷ ଗୁଡ଼ିକ ପରବର୍ତ୍ତୀ ୩ ଘଣ୍ଟା ପର୍ଯ୍ୟନ୍ତ ବାୟୁରେ ଭାସନ୍ତି ଏବଂ ଆପଣଙ୍କ ନାକରେ ପ୍ରବେଶ କରି ପାରନ୍ତି।
– ଭାଇରସ୍ ଅଣୁଗୁଡ଼ିକ ବାହାରେ ଥଣ୍ଡା, କିମ୍ବା ଘର ଏବଂ କାରରେ ଲାଗିଥିବା ଏୟାର କଣ୍ଡିସନର ଭଳି କୃତ୍ରିମ ପବନ ଦେଉଥିବା ଯନ୍ତ୍ରରେ ରହିଥାଏ। ସ୍ଥିର ରହିବା ପାଇଁ ସେମାନେ ମଧ୍ୟ ଆର୍ଦ୍ରତା ଓ ଅନ୍ଧକାର ଆବଶ୍ୟକ କରନ୍ତି। ଅନ୍ୟଥା, ଶୁଖିଲା, ଉଷ୍ମ ଏବଂ ଉଜ୍ଜ୍ୱଳ ପରିବେଶ ଭୂତାଣୁ କୁ ଶୀଘ୍ର କ୍ଷୟ କରିପାରିବ। ସେଥିପାଇଁ ଏସି ବ୍ୟବହାର ଉପରେ କଟକଣା ରହିଛି।
– ଭୂତାଣୁ ସୁସ୍ଥ ଚର୍ମ ଦେଇ ପ୍ରବେଶ କରିପାରେନାହିଁ। ଭିନେଗାର ଉପଯୋଗୀ ନୁହେଁ କାରଣ ଏହା ଭୂତାଣୁର ଚର୍ବିରେ ନିର୍ମିତ ପ୍ରତିରକ୍ଷା ସ୍ତରକୁ ଭାଙ୍ଗିପାରେ ନାହିଁ। କୌଣସି ମଦ୍ୟ, ଭୋଡ୍‌କା ଆଦି ସାହାଯ୍ୟ କରେନାହିଁ। ଶକ୍ତିଶାଳୀ ଭୋଡ୍‌କା ହେଉଛି ୪୦% ସୁରାସାର ଏବଂ ଆପଣଙ୍କୁ ୬୫% ସୁରାସାର ଆବଶ୍ୟକ। ତେଣୁ ମଦରେ ହାତ ଧୋଇଲେ କିମ୍ବା ପିଇଲେ କିଛି ଲାଭ ହୁଏନାହିଁ ବରଂ ଅବସ୍ଥା ଖରାପ ହୋଇପାରେ।
– ଲିଷ୍ଟରିନ୍ ପରି ମାଉଥ୍ ୱାଶ୍ କାମ କରିପାରେ ଯଦି ସେଥିରେ ଏହା ୬୫% ସୁରାସାର ଥାଏ ।
– ଜାଗା ଯେତେ ସୀମିତ, ସେଠାରେ ଭୂତାଣୁଙ୍କର ଜମା ହେବା ସେତେ ଅଧିକ ହୋଇପାରେ। ଯେଉଁଠାରେ ଯେତେ ଖୋଲା କିମ୍ବା ପ୍ରାକୃତିକ ଭାବରେ ବାୟୁ ସଂଚାଳିତ ହେଉଥାଏ,ସେଠାରେ କରୋନା ଭୂତାଣୁଙ୍କର ଜମା ହେବା ସେତେ କମ୍।
– ଏହା ଦୃଢ ଭାବରେ କୁହାଯାଇପାରେ କି ଆଖି, ନାକ, ପାଟିର ଭିତର ମ୍ୟୁକୋଷା, ଖାଦ୍ୟ, ତାଲା, କବାଟ୍ ହ୍ୟାଣ୍ଡଲ୍ ଓ ନବ୍, ସୁଇଚ୍, ରିମୋଟ୍ କଣ୍ଟ୍ରୋଲ୍, ମୋବାଇଲ୍ ଫୋନ୍, ଘଣ୍ଟା, କମ୍ପ୍ୟୁଟର, ଡେସ୍କ, ଟିଭି ଇତ୍ୟାଦି ସ୍ପର୍ଶ କରିବା ପୂର୍ବରୁ ଏବଂ ପରେ ହାତ ଧୋଇବାକୁ ନିହାତି ପଡିବ । ବାଥରୁମ ବ୍ୟବହାର କରିବା ସମୟରେ ଓ ପରେ ମଧ୍ୟ ଏହା ଅତ୍ୟାବଶ୍ୟକ। ଆପଣଙ୍କର ନଖ ମଧ୍ୟ ଛୋଟ ରଖନ୍ତୁ ଯାହା ଦ୍ୱାରା ଭୂତାଣୁ ଓ ଜୀବାଣୁ ସେଠାରେ ଲୁଚି ନ ଯାଆନ୍ତି।
– ଲକ୍‌ଡାଉନ୍ ଦ୍ବାରା ନିଜେ ଓ ପରିବାର ସଦସ୍ୟ ଘରେ ରହିଲେ ଭୂତାଣୁ ସଂକ୍ରମଣ ଚକ୍ରକୁ ରୋକିବାକୁ ସକ୍ଷମ ହେବେ। ଏହାର କୌଣସି ଟିକା ତଥା ଔଷଧ ପ୍ରସ୍ତୁତ ହୋଇନଥିବାରୁ ନିଜକୁ ଭିଡ଼ଠାରୁ ଦୂରେଇ ରଖିବା, ସାମାଜିକ ଦୂରତ୍ବ ବଢାଇବା ଏବଂ ସଂଙ୍ଗରୋଧ ତଥା ଏକାନ୍ତବାସ ହିଁ ସଂକ୍ରମଣ ରୋକିବାର ଏକମାତ୍ର ବିକଳ୍ପ ପ୍ରତିଶେଷଧ।

Comments are closed.