କରୋନାକୁ ଡରନା

‘ସମାଜ’ର ପ୍ରୟାସ: ସୁସ୍ଥ ସମାଜ

କରୋନା ଭୂତାଣୁ ସଂକ୍ରମଣର ଭୟାବହତା ଏବେ ସବୁଠୁ ସମୃଦ୍ଧଶାଳୀ ରାଷ୍ଟ୍ର ଆମେରିକାକୁ କବଳିତ କରିଛି। ଚୀନ୍‌ରୁ ଆରମ୍ଭ ଏହି ଭୂତାଣୁରେ ଏବେ ଆମେରିକା ସର୍ବାଧିକ ସଂକ୍ରମିତ। ଆମେରିକାର ଏ ସ୍ଥିତି ଏବେ ଭାରତ ଚିନ୍ତାକୁ ବଢାଇଛି। ଭାରତ ଏହି ସଂକ୍ରମଣ ଚକ୍ରକୁ ଅଟକାଇବା ଲାଗି ଆଗୁଆ ଦେଶବ୍ୟାପୀ ତାଲାବନ୍ଦ କରିଛି। ଜଣେ ସଂକ୍ରମିତ ବ୍ୟକ୍ତି ହାରାହାରି ଅଢେଇରୁ ସାଢେ ୩ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିଥାଏ; ମାତ୍ର ପରବର୍ତ୍ତୀକାଳରେ ସଂକ୍ରମଣ ଗାଣିତିକ ସୂତ୍ରଠୁ ଅଧିକ ତୀବ୍ରବେଗରେ ବ୍ୟାପିଥାଏ। ଦିନକରେ ବହୁଗୁଣିତ ହୋଇଥାଏ। ଦକ୍ଷିଣ କୋରିଆର ଜଣେ ୬୧ ବର୍ଷିୟ ମହିଳା ଏବେ ସୁପର ​‌େ​‌ସ୍ପ୍ରଡର(ତୀବ୍ର ସଂକ୍ରମଣକାରୀ) ରୂପେ ୧୧୬୦ ଲୋକଙ୍କୁ ସଂକ୍ରମିତ କରିଛନ୍ତି। ଏଥିରୁ କରାନା ଭୂତାଣୁର ଭୟାବହତା ଅନୁମାନ କରନ୍ତୁ। ସଙ୍ଗରୋଧ, ସାମାଜିକ ଦୂରତ୍ବ ଓ ହାତ ସଫା ସହିତ ନିଜକୁ ସୁରକ୍ଷିତ ରଖିବା ହିଁ ଏକମାତ୍ର ପ୍ରତିଶେଧକ ବିକଳ୍ପ।

Comments are closed.