୩ ମାସରେ ସଂକ୍ରମିତ ହୋଇପାରନ୍ତି ୨୫ କୋଟି

କରୋନା ସଂକ୍ରମଣ ଦୃଷ୍ଟିକୋଣରୁ ଭାରତ ପାଇଁ ଆଗାମୀ ତିନି ମାସ ଖୁବ ଗୁରୁତ୍ୱପୂର୍ଣ୍ଣ। ତାଲାବନ୍ଦକୁ କେତେକ ସ୍ଥାନରେ ଯେଭଳି ଭାବେ ଉଲ୍ଲଙ୍ଘନ କରାଯାଉଛି ସେଦୃଷ୍ଟିରୁ ସଂକ୍ରମଣରୁ ସୁରକ୍ଷା ଲାଗି ସରକାରଙ୍କ ଏହି ଉଦ୍ୟମ ବିଶେଷ ଫଳପ୍ରଦ ନ ହେବାର ଆଶଙ୍କା ରହିଛି। ଏହି କାରଣରୁ ଭାରତରେ ଆଗାମୀ ଜୁନ୍‌ ମାସ ପର୍ଯ୍ୟନ୍ତ ସଂକ୍ରମିତଙ୍କ ସଂଖ୍ୟା ଅତିକମରେ ୧୨ କୋଟିରେ ପହଞ୍ଚିବ ବୋଲି ଆଶା କରାଯାଉଛି। ଏହି ତିନି ମାସ ମଧ୍ୟରେ ୨୫ କୋଟି ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି ବୋଲି ଜ୍‍ନ ହକିନ୍‍ସ ୟୁନିଭର୍ସିଟି ଏବଂ ସେଣ୍ଟର ଫର ଡିଜିଜ ଡାଇନାମିକ ଆଣ୍ଡ ପଲିସି (ସିଡିଡିଇପି) ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି। ସଂକ୍ରମଣର ଭୟାବହତା, ତାପମାତ୍ରା ଓ ଆଦ୍ରତା ହ୍ରାସ ନ ପାଏ ତା’ହେଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧୮ କୋଟିରେ ପହଁଚିବ। ସାଙ୍ଘାତିକ ସ୍ଥିତିରେ ୨୫ ଲକ୍ଷ, ମଧ୍ୟମ ପରିସ୍ଥିତିରେ ୧୭-୧୮ ଲକ୍ଷ ଏବଂ ସାମାନ୍ୟ ସ୍ଥିତିରେ ୧୩ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇପାରନ୍ତି ବୋଲି ‘ଇଣ୍ଡିଆସିମ’ ସଂସ୍ଥା ଆଶଙ୍କା କରିିଛି। ଫଳରେ ଆଗାମୀ ଦିନରେ ୧ ନିୟୁତ ଭେଣ୍ଟିଲେଟର ଆବଶ୍ୟକ ପଡିବ। ଯାହାକି ବର୍ତ୍ତମାନ ଭାରତରେ ୩୦,୦୦୦ ଲକ୍ଷରୁ ୫୦,୦୦୦ ଲକ୍ଷ ମଧ୍ୟରେ ରହିଛି। ଭାରତରେ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସଂକ୍ରମଣରୁ ସୁରକ୍ଷା ନିମନ୍ତେ ଉପଯୁକ୍ତ ଉପକରଣ ଯୋଗାଇ ଦେବା ଜରୁରୀ ହୋଇପଡିଛି।

Comments are closed.