ଭାରତରେ ବଢ଼ିବନି କରୋନା ମୃତ୍ୟୁ!

ନୂଆଦିଲ୍ଲୀ : କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଭାରତରେ ବଢ଼ିଚାଲିଛି। ଏହା ମଧ୍ୟରେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍‌ଆର୍)ର ପୂର୍ବତନ ନିର୍ଦେଶକ ତଥା ଏମ୍‌ସ ଇମ୍ୟୁନୋଲୋଜିର ପୂର୍ବତନ ଡିନ୍‌ ଡାକ୍ତର ନରିନ୍ଦର ମେହେରା ଦାବି କରିଛନ୍ତି ଯେ ଭାରତୀୟମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବେଶ୍ ଭଲ୍‌, ତେଣୁ ଅନ୍ୟ ଦେଶଠାରୁ ଏଠାରେ କରୋନା ମୃତ୍ୟୁସଂଖ୍ୟା ବେଶି ବଢ଼ିବ ନାହିଁ।
ସେ କହିଛନ୍ତି ଯେ ସାଧାରଣତଃ କୌଣସି ଭାଇରାଲ୍‌ ସଂକ୍ରମଣ ପରେ ଲିମ୍ଫୋସାଇଟ୍‌ କାଉଣ୍ଟ୍‌ ବଢ଼ିଯାଏ, କିନ୍ତୁ କୋଭିଡ-୧୯ ଆକ୍ରମଣରେ ଶରୀରର ଲିମ୍ଫୋସାଇଟ୍‌ କାଉଣ୍ଟ ହ୍ରାସ ପାଏ ଓ ପରେ ବ୍ୟକ୍ତିର ମୃତ୍ୟୁ ଘଟେ। ଲିମ୍ଫୋସାଇଟ୍‌ ଧଳା ରକ୍ତ କୋଷିକା, ଯାହା ଶରରୀର ମୁଖ୍ୟ ପ୍ରତିରକ୍ଷା କୋଷିକାମଧ୍ୟରୁ ​‌ଅନ୍ୟତମ। ୟୁରୋପୀୟ ଦେଶ ତୁଳନାରେ ଭାରତୀୟଙ୍କ ରୋଗ ପ୍ରତିରୋଧ ଶକ୍ତି ବହୁତ ଭଲ ବୋଲି ଏମ୍ସର ଏକ ଅନୁଧ୍ୟାନରୁ ଜଣାପଡ଼ିଛି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଡା. ମେହେରା ତିନିଟି କାରଣରୁ ଭାରତରେ ମୃତ୍ୟୁ ସଂଖ୍ୟା କମିବ ବୋଲି କହିଛନ୍ତି। ତାହା ହେଲା: ଶାରୀରିକ ବ୍ୟବଧାନ ରକ୍ଷା, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଓ ପରିବେଶ।

Comments are closed.