ସର୍ବସମ୍ମୁଖରେ ଟିକା ନେବେ ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ: କରୋନା ଟିକା ଉପଲବ୍ଧ ହେଲେ ସର୍ବସମ୍ମୁଖରେ ସେ ଏହି ଟିକା ନେବେ ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି। ଏହି ଟିକା ନେବା ସମଗ୍ର ମାନବ ସମ୍ପ୍ରଦାୟ ପ୍ରତି ତାଙ୍କର ‘ନୈତିକ ଦାୟିତ୍ୱ’ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି। ଗୁଟେରେସ୍‌ କହିଛନ୍ତି, ପରିସ୍ଥିତି ଯାହା ହେଉ ପଛକେ ମୋ ପାଇଁ ଟିକା ଆସିଲେ ମୁଁ ନିଶ୍ଚୟ ନେବି ଏବଂ ସମସ୍ତଙ୍କ ଆଗରେ ହିଁ ନେବି। ସେ କହିଲେ, ଯେଉଁମାନେ ଟିକା ପାଇ ପାରିବେ ସେମାନେ ନିଅନ୍ତୁ ବୋଲି ମୁଁ କହୁଛି। କାରଣ ଜଣେ ଟିକା ନେବା ଦ୍ବାରା ସେ ଅନ୍ୟ ପାଇଁ ଏକ ସେବା କରିଥାଏ। କାରଣ ଏହାଦ୍ୱାରା ଆଉ ରୋଗ ବିସ୍ତାର ହେବ ନାହିଁ। ରୋଗ ସଂକ୍ରମଣର ବିପଦ ମଧ୍ୟ ରହିବ ନାହିଁ। ତେଣୁ ମୋ ଦୃଷ୍ଟିରେ ଟିକାକରଣ ହେଉଛି ଏକ ନୈତିକ ଦାୟିତ୍ୱ। ପ୍ରତ୍ୟେକ ବ୍ୟକ୍ତି ଟିକା ନେବାଦ୍ୱାରା ସମଗ୍ର ମାନବ ସମ୍ପ୍ରଦାୟ ପ୍ରତି ସେବା ଯୋଗାଇ ହେବ। ଚତୁର୍ଥ ‘ୟୁଏନ୍‌-ଏୟୁ’ ବାର୍ଷିକ ସମ୍ମିଳନୀ ପରେ ‘ଆଫ୍ରିକାନ୍‌ ୟୁନିୟନ୍‌ କମିସନ୍‌’ର ଅଧ୍ୟକ୍ଷ ମୌସା ଫାକି ମହମତ୍‌ଙ୍କ ସହ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ସେ ଏଭଳି ମନ୍ତବ୍ୟ ଦେଇଛନ୍ତି।

Comments are closed.