ଦେଶରେ ମହଜୁଦ ଅଛି ୩ କୋଟି ୯ ଲକ୍ଷ ଡୋଜ୍‍ କରୋନା ଟିକା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୂଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ପାଖରେ ୩ କୋଟି ୯ ଲକ୍ଷ ଡୋଜ୍‍ କରୋନା ପ୍ରତିଷେଧକ ଟିକା ମହଜୁଦ ରହିଛି। ମନ୍ତ୍ରଣାଳୟ କହିଛି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ୪୫ କୋଟି ୩୭ ଲକ୍ଷରୁ ଅଧିକ ଡୋଜ୍‍ କରୋନା ପ୍ରତିଷେଧକ ଟିକା ଯୋଗାଇ ଦିଆଯାଇ ସାରିଲାଣି। ଆଉ ୫୯ ଲକ୍ଷ ୩୯ ହଜାର ଡୋଜ୍‍ ପ୍ରତିଷେଧକ ଟିକା ପଠାଯିବାକୁ ବ୍ୟବସ୍ଥା କରାଯାଉଛି। ଜୁନ ୨୧ ତାରିଖରୁ ନୂଆ ପର୍ଯ୍ୟାୟର ସାର୍ବଜନୀନ କରୋନା ଟିକାକରଣ ଅଭିଯାନ ଆରମ୍ଭ ହୋଇଛି।

ସାର୍ବଜନୀନ ଟିକାକରଣ ଅଭିଯାନରେ ରାଜ୍ୟଗୁଡ଼ିକୁ ସେମାନଙ୍କ ଆବଶ୍ୟକତା ଅନୁସାରେ କୋବିଡ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଉଛି। ଦେଶବ୍ୟାପୀ କରୋନା ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ମାଗଣାରେ ପ୍ରତିଷେଧକ ଟିକା ଯୋଗାଉଛନ୍ତି।

Comments are closed.