ଦେଶରେ କୋଭିଡ ଟିକା ନେଲେଣି ୪୩ କୋଟି ୫୧ ଲକ୍ଷ

ଦେଶରେ ଏପର୍ଯ୍ୟନ୍ତ ୪୩ କୋଟି ୫୧ ଲକ୍ଷ ଡୋଜ୍‍ କରୋନା ପ୍ରତିଷେଧକ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ମଧ୍ୟରେ ୧୮ଲକ୍ଷ ୯୯ ହଜାର ଡୋଜ୍‍ ଟିକା ଦିଆଯାଇଛି। ଗତ ୨୪ ଘଣ୍ଟା ଭିତରେ ଆଉ ୩୫ ହଜାର ୯୬୮ ଜଣ କରାନାରୁ ଆରୋଗ୍ୟ ହୋଇଛନ୍ତି। ଫଳରେ ଦେଶରେ କରୋନା ହାର ୯୭.୩୫% ରହିଛି।ଏ ପର୍ଯ୍ୟନ୍ତ ସର୍ବମୋଟ ୩ କୋଟି ୫ ଲକ୍ଷ ଲୋକ ଏହି ସଂକ୍ରମଣରୁ ଆରୋଗ୍ୟ ଲାଭ କରିଛନ୍ତି। ଗତ ୨୪ ଘଣ୍ଟା ଭିତରେ ୩୯ ହଜାର ୩୬୧ ଜଣ ସଦ୍ୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦେଶରେ ପ୍ରାୟ ୪ ଲକ୍ଷ ୧୧ ହଜାର ସଂକ୍ରମିତ ବ୍ୟକ୍ତି ଚିକିତ୍ସାଧୀନ ଅଛନ୍ତି। ସଂକ୍ରମିତ ଲୋକଙ୍କ ସଂଖ୍ୟା ମୋଟ୍‍ ସଂକ୍ରମଣର ୧.୩୧% ରହିଛି। ଦୈନିକ ସଂକ୍ରମଣ ହାର ୩.୪୧% ରହିଛି।

Comments are closed.