କରୋନା ଟିକା ବାବଦକୁ ଖର୍ଚ୍ଚ ୧୯ ହଜାର ୬୭୫ କୋଟି

ଦେଶରେ କରୋନା ଟିକା ବାବଦକୁ ୧୯ହଜାର ୬୭୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସରକାର ଟିକା କ୍ରୟ କରି ମାଗଣାରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକୁ ଯୋଗାଉଛନ୍ତି। ଲୋକସଭାରେ ଏ ସମ୍ବନ୍ଧୀୟ ଏକ ପ୍ରଶ୍ନର ଉତ୍ତର ଦେଇ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପାୱାର୍‍ କହିଛନ୍ତି, ଗତ ୧୫ ତାରିଖ ସୁଦ୍ଧା ଦେଶର ବିଭିନ୍ନ ବେସରକାରୀ ହସ୍ପିଟାଲ୍‍କୁ ୪ କୋଟି ୬୨ ଲକ୍ଷ ଡୋଜ୍‍ କୋଭିସୀଲଡ଼ ଓ କୋଭାକ୍ସିନ୍‍ ପ୍ରତିଷେଧକ ଟିକା ଯୋଗାଇ ଦିଆଯାଇଛି। ସେହିଭଳି ଗତ ୧୫ ତାରିଖ ସୁଦ୍ଧା୧୦ ଲକ୍ଷ ୭୨ ହଜାର ସ୍ପୁଟନିକ୍‍-ଭି ପ୍ରତିଷେଧକ ଟିକା କ୍ରୟ କରାଯାଇଛି। ୬୨ ଲକ୍ଷ ୫୮ ହଜାର ପ୍ରତିଷେଧକ ନଷ୍ଟ ହୋଇଥିବା ମନ୍ତ୍ରୀ ଜଣାଇଛନ୍ତି। ନଷ୍ଟ ହୋଇଥିବା ପ୍ରତିଷେଧକ ଗୁଡ଼ିକ ମଧ୍ୟରୁ ଅର୍ଦ୍ଧାଧିକ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରୁ ରହିଛି।

Comments are closed.