କେବେ ଆସିବ କରୋନା ଟୀକା….,କେତେ ରହିବ ମୂଲ୍ୟ ?

କରୋନା ସଂକ୍ରମଣର ପ୍ରଥମ ମାମଲା ଗତ ବର୍ଷ ଡିସେମ୍ବରରେ ଚୀନର ଉହାନରେ ରିପୋର୍ଟ କରାଯାଇଥିଲା, ପରେ ଏହା ବିଶ୍ବର ଅନ୍ୟ ଦେଶରେ ସଂକ୍ରମିତ ହେବା ଆରମ୍ଭ କରିଥିଲା।

ବିଶ୍ବ ବ୍ୟାପୀ କରୋନା ଭୂତାଣୁ ସଂକ୍ରମଣ ମାମଲା ବର୍ତ୍ତମାନ ୨୭ଲକ୍ଷରୁ ଅଧିକ ହୋଇଛି ଏବଂ ମୃତ୍ୟୁ ସଂଖ୍ୟା ୮ ଲକ୍ଷ ୮୪ ହଜାରରୁ ଅଧିକ। କିନ୍ତୁ ଏପର୍ଯ୍ୟନ୍ତ ଏହାର ମୁକାବିଲା ପାଇଁ କୌଣସି ପ୍ରଭାବଶାଳୀ ଟୀକା ପ୍ରସ୍ତୁତ କରାଯାଇ ନାହିଁ।

ଅଗଷ୍ଟ ୧୧ ତାରିଖରେ, ଋଷ କୋଭିଡ-୧୯ର ପ୍ରଥମ ଟୀକା ପଞ୍ଜିକରଣ କରି ଏହାର ନାମ ସ୍ପୁଟନିକ-୫ ରଖିଛି। ଡାକ୍ତରୀ ବିଜ୍ଞାନରେ କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ହାସଲ କରିଛି ବୋଲି ଋଷ କହିଛି। କିନ୍ତୁ ସମାଲୋଚକମାନେ ଦାବି କରିଛନ୍ତି ଯେ ଏହି ଟୀକା କ୍ଲିନିକାଲ୍ ପରୀକ୍ଷଣର ତୃତୀୟ ପର୍ଯ୍ୟାୟ ଦେଇ ଗତି କରି ନାହିଁ ଏବଂ ଏହି ଟିକା ସଫଳ ହେବ ବୋଲି ନିଶ୍ଚିତ ହୋଇପାରିବ ନାହିଁ।

କିନ୍ତୁ ବିଶ୍ବର ଅନେକ ଦେଶରେ କରୋନା ଟୀକା ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୩୪ଟି କମ୍ପାନୀ କରୋନା ଟୀକା ପ୍ରସ୍ତୁତ କରୁଛନ୍ତି ଏବଂ ସାତୋଟିର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା ଚାଲିଛି। ଏଥିସହିତ ୩ଟି କମ୍ପାନୀର ଟୀକା ପ୍ର ଏପର୍ଯ୍ୟନ୍ତ ପ୍ରି-କ୍ଲିନିକାଲ ସ୍ତରରେ ପହଞ୍ଚିଛନ୍ତି।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନଙ୍କ କହିବାନୁସାରେ, ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟୀକା ଯାହା ଆଷ୍ଟ୍ରାଜେନେକା ନାମରେ ବ୍ୟାପକ  ଆକାରରେ ପ୍ରସ୍ତୁତ କରାଯାଉଛି ତାହା ହେଉଛି ସବୁଠାରୁ ଉନ୍ନତ ଟୀକା।

ବିବିସି ସ୍ବାସ୍ଥ୍ୟ ଏବଂ ବିଜ୍ଞାନ ସମ୍ବାଦଦାତା ଜେମ୍ସ ଗାଲାଗେର୍ କହିଛନ୍ତି ଯେ ବିଶେଷଜ୍ଞଙ୍କ ଅନୁଯାୟୀ ୨୦୨୧ ମଧ୍ୟଭାଗରେ କରୋନା ଭୂତାଣୁ ଟିକା ଲୋକଙ୍କ ପାଇଁ ଉପଲବ୍ଧ ହେବ। ତେବେ ଜେମ୍ସ ଏହା ମଧ୍ୟ କହିଛନ୍ତି ଯେ କରୋନା ଭୂତାଣୁ ପରିବାରର ଚାରିଟି ଭୂତାଣୁ ମଣିଷ ମଧ୍ୟରେ ଉପସ୍ଥିତ ଅଛନ୍ତି ଏବଂ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏପର୍ଯ୍ୟନ୍ତ କୌଣସି ଟୀକା ପ୍ରସ୍ତୁତ ହୋଇ ପାରିନାହିଁ।

pic courtesy-amarujala

କିନ୍ତୁ କରୋନା ଟୀକା ପ୍ରସ୍ତୁତ ହେବାର ଖବର ମଧ୍ୟରେ ବୈଜ୍ଞାନିକଙ୍କ ସମେତ ସାଧାରଣ ଲୋକ ଆଶା କରୁଛନ୍ତି ଯେ ଏହି ଟିକା କିଛି ମାସ ମଧ୍ୟରେ ଆସିବ। କିନ୍ତୁ ସେମାନେ ବର୍ତ୍ତମାନ ମୂଲ୍ୟକୁ ନେଇ ଚିନ୍ତିତ ଅଛନ୍ତି। ଏଥି ସହିତ, ବୈଜ୍ଞାନିକମାନେ ବର୍ତ୍ତମାନ ଚିନ୍ତିତ ଅଛନ୍ତି ଯେ କରୋନା ଭୂତାଣୁ ଦୂରେଇ ରଖିବା ପାଇଁ କେତେଥର ଏହି ଟିକା ବ୍ୟବହାର କରାଯିବ।

ଆଷ୍ଟ୍ରାଜେନେକା ଟୀକା
ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟୀକା ଉତ୍ପାଦନକାରୀ କମ୍ପାନୀ ଆଷ୍ଟ୍ରାଜେନେଙ୍କା କହିଛି ଯେ ଏହା କମ୍ ମୂଲ୍ୟରେ ଲୋକଙ୍କୁ କରୋନା ଟୀକା ଯୋଗାଇବ ଏବଂ ଏଥିରୁ ଲାଭ ପାଇବାକୁ ଚେଷ୍ଟା କରିବ ନାହିଁ।
କମ୍ପାନୀର ମୁଖ୍ୟ ଗତ ମାସରେ ମେକ୍ସିକୋରେ କହିଥିଲେ ଯେ ଲାଟିନ ଆମେରିକାରେ ଟୀକା ମୂଲ୍ୟ ଡୋଜ ପ୍ରତି ୪ ଡଲାରରୁ କମ୍ ହେବ।
ଭାରତରେ ଏହି ଟିକାକୁ ବହୁଳ ପରିମାଣରେ ପ୍ରସ୍ତୁତ କରୁଥିବା ସେରମ୍ ଇନଷ୍ଟିଚ୍ୟୁଟ୍ କହିଛି ଯେ ଭାରତ ଏବଂ ବିକାଶଶୀଳ ଦେଶମାନଙ୍କ ପାଇଁ ଏହି ଟିକା ମୂଲ୍ୟ ପ୍ରାୟ ତିନି ଡଲାର ଅର୍ଥାତ୍ ୨୨୦ ଟଙ୍କା ହେବ।

ଏଥି ସହିତ ଇଟାଲୀର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ୟୁରୋପରେ ଏହାର ମୂଲ୍ୟ ୨.୫ ୟୁରୋ ପର୍ଯ୍ୟନ୍ତ ହୋଇପାରେ। ଅଗଷ୍ଟରେ କରୋନା ଟିକା ପାଇଁ ଅଷ୍ଟ୍ରେଲିଆ, ଆଷ୍ଟ୍ରା ଜେନେଙ୍କା ସହିତ ମଧ୍ୟ ଚୁକ୍ତି କରିଛି। ଦେଶର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ କହିଛନ୍ତି ଯେ ସେ ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ କରୋନା ଟୀକା ଯୋଗାଇ ଦେବେ।

Comments are closed.