ଟିକା କିଣିବାକୁ ଭାରତ ସମେତ ୨୦ଟି ଦେଶ ଆଗ୍ରହୀ

ନୂଆଦିଲ୍ଲୀ : ରୁଷ ଦ୍ବାରା ପଞ୍ଜିକୃତ ଏବଂ ପରୀକ୍ଷିତ ‘ସ୍ପୁଟନିକ୍‌-ଭି’ କରୋନା ଟିକା କିଣିବା ପାଇଁ ଭାରତ ସମେତ ବିଶ୍ବର ୨୦ଟି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିଥିବା ରୁଷର ସାର୍ବଭୌମ ବିତ୍ତୀୟ ପାଣ୍ଠି ଆର୍‌ଡିଆଇଏଫ୍‌ କର୍ତ୍ତୃପକ୍ଷ ଦାବି କରିଛନ୍ତି। ରୁଷ ସରକାରଙ୍କ ପକ୍ଷରୁ
କୁହାଯାଇଛି ଯେ ଭାରତ ସମେତ ସଂଯୁକ୍ତ ଆରବ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ, ଦକ୍ଷିଣ କୋରିଆ, ତୁର୍କି, କ୍ୟୁବା ପ୍ରଭୃତି ଦେଶ ଏହି ଟିକା ନେବାକୁ ଚାହୁଁଥିବାରୁ ଏସବୁ ଦେଶରେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ୍‌ କରାଯିବ। ଏଥିସହିତ ଏ ସବୁ ଦେଶର ଆର୍ଥିକ ପାଣ୍ଠି ସହଯୋଗରେ ପର୍ଯ୍ୟାପ୍ତ ପରିମାଣର ଟିକା ପ୍ରସ୍ତୁତ କରାଯିବ। ୨୦୨୦ ଶେଷ ସୁଦ୍ଧା ରୁଷ ନିଜ ଦେଶର ନାଗରିକଙ୍କ ପାଇଁ ୩କୋଟି ପ୍ରସ୍ତୁତ କରିବା ସହ ଅନ୍ୟ ଦେଶ ପାଇଁ ୨୦କୋଟି ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି।

Comments are closed.