କଟକରେ କୋଭିଡ ଟୀକାକରଣ, ଡାକ୍ତର ଜୟନ୍ତ ପଣ୍ଡା ଓ ସଫେଇ କର୍ମଚାରୀ ବର୍ଷା ଦେଇ ନେଲେ ପ୍ରଥମ ଟୀକା

କଟକରେ କୋଭିଡ-୧୯ ଟୀକାକରଣ ଆରମ୍ଭ ହୋଇଛି। କଟକ ବଡ଼ ମେଡିକାଲ ଓ ସିଟି ହସ୍ପିଟାଲ ସମେତ ୫ଟି ସ୍ଥାନରେ ଆଜି ପୂର୍ବାହ୍ନରେ ଟିକାକରଣ ଆରମ୍ଭ ହୋଇଛି। ଆଜି ପ୍ରଥମ ବ୍ୟକ୍ତି ଭାବରେ ସଫେଇ କର୍ମଚାରୀ ବର୍ଷା ଦେଇ ନେଲେ ଟୀକା। ଟୀକାକରଣ ପରେ କୌଣସି ପାର୍ଶ୍ଵ ପ୍ରତିକ୍ରିୟା ସେ ଅନୁଭବ କରି ନଥିବା କହିଛନ୍ତି।

ଏଥି ସହ ପ୍ରଥମ ଡାକ୍ତର ଭାବରେ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ନେଇଛନ୍ତି କୋଭିଡ ଟୀକା। ଟୀକା ନେବା ପରେ ସେ ବହୁତ ଗର୍ବ ଅନୁଭବ କରିଛନ୍ତି। ତାଙ୍କ କହିବା ଅନୁଯାୟୀ ଜଣେ ଦାୟିତ୍ୱ ସମ୍ପନ୍ନ ଭାରତୀୟ ଭାବେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟୀକାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଅନୁଭବ କରିନାହାନ୍ତି। ଟୀକାକୁ ସମସ୍ତେ ନିର୍ଦ୍ୱନ୍ଦରେ ନେବା ପାଇଁ ପରାମର୍ଶ ଦେଇଛନ୍ତି।ଏହି ଟୀକାକରଣ କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି, ସିଏମସି କମିଶନର ଅନନ୍ୟା ଦାସ ଓ ପ୍ରଫେସର ଜୟନ୍ତ ପଣ୍ଡାଙ୍କ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.