ରାଜ୍ୟରେ ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ମଙ୍ଗଳବାର ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯କୁ ବୃଦ୍ଧି ପାଇଛି।
ଆଜି ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୧୩୭ ଜଣ ରହିଛନ୍ତି। ସେହିଭଳି କଟକରୁ ୫୮, ଖୋର୍ଦ୍ଧାରୁ ୪୬, କୋରାପୁଟରୁ ୪୧, ଯାଜପୁରରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୧୦, ମୟୂରଭଞ୍ଜରୁ ୯, ନୟାଗଡରୁ ୭, ସୁନ୍ଦରଗଡରୁ ୭, ବରଗଡରୁ ୫, ଜଗତସିଂପୁର ଓ ସୋନପୁରରୁ ୫ଜଣ ଲେଖାଏଁ, ଅନୁଗୁଳ, କଳାହାଣ୍ଡି ଓ ପୁରୀରୁ ୪ଜଣ ଲେଖାଏଁ, ବୌଦ୍ଧରୁ ୩, ଭଦ୍ରକରୁ ୨, ରାୟଗଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।

Comments are closed.