ରାଜ୍ୟରେ ଆଉ ୧୭୫ କରୋନା ରୋଗୀ ଚିହ୍ନଟ ; ଗଜପତିରେ ସର୍ବାଧିକ ୫୭

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୧୭୫ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।୧୪୫ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୩୦ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୩୩୮ରେ ପହଞ୍ଚିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା  ଦିଆଯାଇଛି ।

କରୋନା ଆକ୍ରାନ୍ତଙ୍କ ମାନଙ୍କ ମଧ୍ୟରୁ ସର୍ବାଧିକ ଗଜପତି ଜିଲାରୁ ୫୭ ଜଣ ଚିହ୍ନଟ ହୋଇଥିବା ବେଳେ  ମୟୁରଭଞ୍ଜ-୫, ଖୋର୍ଦ୍ଧା- ୨୫, ସୁନ୍ଦରଗଡ- ୫, କଟକ- ୩, ଜଗତସିଂହପୁର -୭, ଝାରସୁଗୁଡା- ୧, ବାଲେଶ୍ବର- ୬, କେନ୍ଦ୍ରାପଡା-୧, ନୂଆପଡା-୪, କନ୍ଧମାଳ- ୭, ବରଗଡ଼- ୧୧, ପୁରୀ- ୧୮, ବଲାଙ୍ଗୀର- ୩, ଗଞ୍ଜାମ- ୧୫, ବାତ୍ୟା ଅମ୍ପନ କାର୍ଯ୍ୟରେ ଉଦ୍ଧାର ପାଇଁ ପଶ୍ଚିମବଙ୍ଗ ଯାଇଥିବା ଅଗ୍ନିଶମ ବିଭିଗ କର୍ମଚାରୀ – ୨୧ ଜଣ ରହିଛନ୍ତି ।

 

Comments are closed.