କରୋନା​ ଅପଡେଟ୍ :​ ୨୪ ଘଣ୍ଟାରେ ୪୬୭୯ ନମୁନା ପରୀକ୍ଷା, ୪ ଜିଲ୍ଲାରେ ଶତାଧିକ ରୋଗୀ

୧,୩୬,୨୭୪ ନମୁନାର ପରୀକ୍ଷଣ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଅଧିକ ନମୁନା ପରୀକ୍ଷା କରାଯିବା ସହ ୪ଟି ଜିଲ୍ଲାରେ ଶତାଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୬୭୯ ନମୁନାର ପରୀକ୍ଷା କରା ଯାଇଛି । ବର୍ତମାନ ସୁଦ୍ଧା ରାଜ୍ୟରେ ୧,୩୬,୨୭୪ ନମୁନାର ପରୀକ୍ଷଣ କରା ଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ବର୍ତମାନ ସୁଦ୍ଧା ରାଜ୍ୟରେ ୧୫୯୩ ଟି ମାମଲା ସାମନାକୁ ଆସିଛି । ଏଥି ମଧ୍ୟରୁ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୩୩ ଜଣ ସୁସ୍ଥ ହୋଇ ସାରିଛନ୍ତି । ଏବେ ରାଜ୍ୟରେ ମୋଟ ୮୫୩ ଟି ସକ୍ରିୟ ମାମଲା ରହିଛିା

ରାଜ୍ୟର ୪ ଜିଲ୍ଲାରେ ଶତାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୩୬୮ରେ ପହଞ୍ଚିଛି।  ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବର୍ତ୍ତମାନ  ଯାଜପୁର ଜିଲ୍ଲାରେ ୨୪୨ , ବାଲେଶ୍ୱର ଜିଲ୍ଲାରେ ୧୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ଜିଲ୍ଲାରେ ୧୦୬ ଜଣ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ୯୯ ଜଣ, କଟକ ଜିଲ୍ଲାରେ ୮୬ ଜଣ ଆକ୍ରାନ୍ତ ଥିବାବେଳେ ପୁରୀ ଜିଲ୍ଲାରେ ୮୫ ଜଣ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାରେ ୬୧ ଜଣ, ବଲାଙ୍ଗୀର ଜିଲ୍ଲାରେ ୫୪ ଜଣ, ନୟାଗଡ ଜିଲ୍ଲାରେ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁର ଜିଲ୍ଲାରେ ୪୭ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ ଜିଲ୍ଲାରେ ୩୯ ଜଣ, ବୌଦ୍ଧ ଜିଲ୍ଲାରେ ୩୩ ଜଣ ଓ ଅନୁଗୁଳ ଜିଲ୍ଲାରେ ୨୫ ଜଣ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେବଗଡ ଜିଲ୍ଲାରେ ୨୪ ଜଣ, କେନ୍ଦୁଝର ଜିଲ୍ଲାରେ ୨୦ ଜଣ, ମାଲକାନଗିରି ଜିଲ୍ଲାରେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୁରଭଂଜ ଜିଲ୍ଲାରେ ୧୬, କଳାହାଣ୍ଡି ଜିଲ୍ଲାରେ ୧୫ଜଣ,ନୂଆପଡା ଜିଲ୍ଲାରେ ୧୪ ଜଣ ଓ କନ୍ଧମାଳରେ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାରେ ୧୦ ଜଣ, କୋରାପୁଟ ଜିଲ୍ଲାରେ  ଓ ଢେଙ୍କାନାଳ ଜିଲ୍ଲାରେ ୭ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲାରେ ୬ ସମ୍ବଲପୁର ଜିଲ୍ଲାରେ ୫ ଜଣ, ଏବଂ ନବରଂଗପୁର ଓ. ସୋନପୁର ଓ ବରଗଡରେ ଜଣେ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣା ପଡିଛି ।

Comments are closed.