ଦେଶରେ ଦିନକରେ ୬୦ ହଜାର ୯୭୫ ଆକ୍ରାନ୍ତ, ୮୪୮ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬୦ ହଜାର ୯୭୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୪୮ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬୭ ହଜାର ୩୨୪କୁ ବୃଦ୍ଧି ପାଇଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮ ହଜାର ୩୯୦ରେ ପହଞ୍ଚିଛି। ଅନ୍ୟପଟେ ୨୪ ଲକ୍ଷ ୦୪ ହଜାର ୫୮୫ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ ୦୪ ହଜାର ୩୪୮ ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୪୬୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି ତାମିଲନାଡୁରେ ୬୬୧୪, ଦିଲ୍ଲୀରେ ୪୩୧୩, କର୍ଣ୍ଣାଟକରେ ୪୮୧୦ ଜଣଙ୍କର କରୋନାରେ ଜୀବନ ଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.