ଦେଶରେ ଦିନକରେ ୬୧ ହଜାର ୪୦୮ଆକ୍ରାନ୍ତ, ୮୩୬ ମୃତ

ନୂଆଦିଲ୍ଲୀ : ଦେଶରେ ଗତ ୨୪ ଘଣ୍ଟାରେ ୬୧ ହଜାର ୪୦୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୮୩୬ ଜଣଙ୍କର ମୃତ୍ୟୁ ହୋଇଛି। ଫଳରେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୯କୁ ବୃଦ୍ଧି ପାଇଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୭ ହଜାର ୫୪୨ରେ ପହଞ୍ଚିଛି। ଅନ୍ୟପଟେ ୨୩ ଲକ୍ଷ ୩୮ହଜାର ୦୩୫ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଏବଂ ଆକ୍ଟିଭ୍ କେସ୍ ୭ ଲକ୍ଷ ୧୦ ହଜାର ୭୭୧ ରହିଛି।

ମହାରାଷ୍ଟ୍ରରେ ସର୍ବାଧିକ ୨୨ ହଜାର ୨୫୩ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ତାମିଲନାଡୁୁରେ ୬୫୧୭, ଦିଲ୍ଲୀରେ ୪୩୦୦, କର୍ଣ୍ଣାଟକରେ ୪୬୮୩ ଜଣଙ୍କର କରୋନାରେ ଜୀବନ ଯାଇଥିବା ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.