ଅଣାୟତ୍ତ ହେଉଛି କରୋନା; ୨୪ ଘଣ୍ଟାରେ ଦେଶରେ ୪୮୨ମୃତ, ୨୦ ହଜାରରୁ ଉର୍ଦ୍ଧ୍ବ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୨୨,୭୫୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ୪୨ ହଜାର ୪୧୭କୁ ବୃଦ୍ଧି ପାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦ ହଜାର ଟପିଛି। ଗୋଟିଏ ଦିନରେ ୪୮୨ ରୋଗୀ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂଖ୍ୟା ୨୦ ହଜାର ୬୪୨ଜଣ ପ୍ରାଣ ହରାଇଛନ୍ତି। ଏବେ ଦେଶରେ ୨ ଲକ୍ଷ ୬୪ ହଜାର ୯୪୪ ରୋଗୀ ସକ୍ରିୟ ଥିବାବେଳେ ୪ ଲକ୍ଷ ୫୬ ହଜାର ୮୩୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.