ଦେଶରେ ୪ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ୨୪ ଘଣ୍ଟାରେ ୧୫,୪୧୩ କରୋନା ଆକ୍ରାନ୍ତ, ୩୦୬ ମୃତ

ନୂଆଦିଲ୍ଲୀ : ଦେଶରେ ରବିବାର ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ଲକ୍ଷ ୧୦ ହଜାର ୪୬୧କୁ ବୃଦ୍ଧି ହୋଇଛି । ଏଥିସହ ୨୪ ଘଣ୍ଟାରେ ଦେଶରେ ୩୦୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫,୪୧୩ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଏ ନେଇ କେନ୍ଦ୍ର ସ୍ବସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ, ଦେଶରେ ମୋଟ ୨,୨୭, ୭୫୫ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧,୬୯, ୪୫୧ ଜଣ ଚିକିତ୍ସିତ ହେଉଛନ୍ତି। ଏଥିସହ ଦେଶର ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୩ , ୨୫୪ରେ ପହଞ୍ଚିଛି ।

Comments are closed.