୨୪ ଘଣ୍ଟାରେ ଦେଶରେ ୩୬ ହଜାର ୦୧୧ ନୂଆ ଆକ୍ରାନ୍ତ ; ୮୮୨ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ପଜିଟିଭ ସଂଖ୍ୟା କିଛି ଦିନ ମଧ୍ୟରେ ହ୍ରାସ ଓ ବୃଦ୍ଧି ଉଭୟ ହେଉଥିବା ଦେଖାଯାଉଛି। ଦେଶରେ ୨୪ ଘଣ୍ଟାରେ ୩୬,୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଚିକିତ୍ସାଧୀନ ଅବସ୍ଥାରେ ୮୮୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧,୪୦,୧୮୨ରେ ପହଞ୍ଚିଛି । ସେହିପରି ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୬,୪୪, ୨୨୨କୁ ବୃଦ୍ଧି ପାଇଛି। ୪,୦୩,୨୪୮ ସକ୍ରିୟ ଚିକିତ୍ସାଧୀନ ଅବସ୍ଥାରେ ରହିଥିବା ବେଳେ ୯୧,୦୦,୭୯୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

Comments are closed.