ଆଜି ରାଜ୍ୟରେ ସର୍ବାଧିକ ୧୨୬୪ ଆକ୍ରାନ୍ତ ଚିହ୍ନଟ : କ୍ବାରେଣ୍ଟାଇନରୁ ୮୪୭, ଲୋକାଲ କେସ୍ ୪୧୭

ଭୁବନେଶ୍ବର : ରାଜ୍ୟରେ ଆଜି ସର୍ବାଧିକ ୧୨୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ବାରେଣ୍ଟାଇନ କେନ୍ଦ୍ରରୁ ୮୪୭ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪୧୭ ରହିଛି। ଏହାସହିତ ରାଜ୍ୟରେ ପଜିଟିଭଙ୍କ ସଂଖ୍ୟା ୨୧ହଜାର ୯୯କୁ ବୃଦ୍ଧି ପାଇଛି। ତେବେ ରାଜ୍ୟରେ ୧୩ହଜାର ୭୪୯ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଥିବାବେଳେ ୭୨୦୫ ଜଣ ଆକ୍ଟିଭ କେସ୍ ରହିଛି।
ଆଜି ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.