ଆଜି ରାଜ୍ୟରେ ରେକର୍ଡ ସଂଖ୍ୟକ ୬୦୯ କରୋନା ଆକ୍ରାନ୍ତ ସୁସ୍ଥ : ଗଞ୍ଜାମରୁ ସୁସ୍ଥ ହେଲେ ସର୍ବାଧିକ ୨୬୮

ଭୁବନେଶ୍ବର : ରାଜ୍ୟରେ ମଙ୍ଗଳବାର ୬୦୯ ଜଣ ରେକର୍ଡ ସଂଖ୍ୟାକ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟମେର ଗଞ୍ଜାମ ଜିଲାରୁ ସର୍ବାଧିକ ୨୬୮ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି ସୁନ୍ଦରଗଡ଼ ଜିଲାରୁ ୧୩୫ ଜଣ, ଖୋର୍ଦ୍ଧାରୁ ୩୭ ଜଣ, କଟକରୁ ୩୨, ବାଲେଶ୍ବରରୁ ୨୫, କେନ୍ଦୁଝରରୁ ୨୩, ମୟୁରଭଞ୍ଜରୁ ୧୮, ଭଦ୍ରକରୁ ୧୨, ପୁରୀରୁ ୧୨, ସମ୍ବଲପୁରରୁ ୮, ବରଗଡ଼ ଓ ଜଗତସିଂହପୁରରୁ ୭ ଜଣ ଲେଖାଏଁ, ଯାଜପୁରରୁ ୬, ଝାରଶୁଗୁଡା ଓ କେନ୍ଦ୍ରାପଡାରୁ ୪ ଜଣ ଲେଖାଏଁ, ବଲାଙ୍ଗିରରୁ ୩ ଜଣ, କେରାପୁଟ, ନବରଙ୍ଗପୁର ଓ ରାୟଗଡାରୁ ୨ ଜଣ ଲେଖାଏଁ ଏବଂ ଗଜପତି ଓ ନୟାଗଡ଼ରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।

Comments are closed.