ଭାରତରେ ୯୬,୧୬୯ କରୋନା ଆକ୍ରାନ୍ତ ସଂଖ୍ୟା: ୨୪ ଘଣ୍ଟାରେ ୫୨୪୨ ନୂଆ ସଂକ୍ରମିତ, ୧୫୭ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଚୀନକୁ ଅତିକ୍ରମ କରି ୧ ଲକ୍ଷ ନିକଟତର ହୋଇଛି। ସୋମବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୯୬ ହଜାର୧୬୯ରେ ପହଞ୍ଚିଛି। ସେହିପରି ୩୦୨୯ ରୋଗୀଙ୍କ ମୃତ୍ୟୁ ଘଟିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୫୨୪୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୫୭ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୬ ହଜାର ୮୨୪ ରୋଗୀ ସୁସ୍ଥ ହୋଇଥିବାବେଳେ ୫୬ ହଜାର ୩୧୬ ଜଣ ସକ୍ରିୟ ସଂକ୍ରମିତ ରହିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ମହାରାଷ୍ଟ୍ର ଦିନକୁ ଦିନ କରୋନା ଦ୍ବାରା ଅଧିକ ମାତ୍ରାରେ ପ୍ରଭାବିତ ହେବାରେ ଲାଗିଛି। ମହାରାଷ୍ଟ୍ରରେ ବର୍ତ୍ତମାନ ସୁଦ୍ଧା ୩୩ ହଜାର ୫୩ ରୋଗୀ ଚିହ୍ନଟ ହୋଇଥିବାବେଳେ ୧୧୯୮ ଜଣ ପ୍ରାଣ ହରାଇଛନ୍ତି। ସେହିପରି ଗୁଜରାଟରେ ୨ୟ ସର୍ବାଧିକ ୧୧ ହଜାର ୩୭୯ ସଂକ୍ରମିତ ହୋଇଥିବାବେଳେ ୬୫୯ ମୃତ, ତାମିଲନାଡୁରେ ୧୧ ୨୨୪ ସଂକ୍ରମିତ ଏବଂ ୭୮ ମୃତ, ଦିଲ୍ଲୀରେ ୧୦ ହଜାର ୫୪ ଆକ୍ରାନ୍ତ ଓ ୧୬୦ ମୃତ, ରାଜସ୍ଥାନରେ ୫୨୦୨ ସଂକ୍ରମିତ ଓ ୧୩୧ ମୃତ, ମଧ୍ୟପ୍ରଦେଶରେ ୪୯୭୭ ସଂକ୍ରମିତ ଏବଂ ୨୪୮ ମୃତ, ଉତ୍ତରପ୍ରଦେଶରେ ୪୨୫୯ ସଂକ୍ରମିତ ଓ ୧୦୪ ମୃତ, ପଶ୍ଚିମବଙ୍ଗରେ ୨୬୭୭ ସଂକ୍ରମିତ ଓ ୨୩୮ ମୃତ, ଆନ୍ଧ୍ରପ୍ରଦେଶରେ ୨୪୦୭ ଆକ୍ରାନ୍ତ ଓ ୫୦ ମୃତ, ପଞ୍ଜାବରେ ୧୯୬୪ ଆକ୍ରାନ୍ତ ଏବଂ ୩୫ ମୃତ, ତେଲେଙ୍ଗାନାରେ ୧୫୫୧ ଆକ୍ରାନ୍ତ ଓ ୩୪ ମୃତ, ବିହାରରେ ୧୨୬୨ ସଂକ୍ରମିତ ଓ ୮ ମୃତ, ଜାମ୍ମୁ-କାଶ୍ମୀରରେ ୧୧୮୩ ଆକ୍ରାନ୍ତ ଏବଂ  ୧୩ ମୃତ, କର୍ଣ୍ଣାଟକରେ ୧୧୪୭ ସଂକ୍ରମିତ ଏବଂ ୩୭ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.