ଭୁବନେଶ୍ବରରୁ ଆଉ ୨୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଭୁବନେଶ୍ବରରୁ ମଙ୍ଗଳବାର ଆଉ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତ ମଧ୍ୟରୁ  ୧୯ ଜଣ ସ୍ଥାନୀୟ ଆକ୍ରାନ୍ତ ରହିଥିବା ବେଳେ ୩ ଜଣ ହୋମ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି । ଏ ନେଇ ବିଏମସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

୧୯ ଜଣ ସ୍ଥାନୀୟ ସଂକ୍ରମଣଙ୍କ ମଧ୍ୟରୁ ୧୬ ଜଣ ଏକ ଘରୋଇ ହସ୍ପିଟାଲର ହୋଇଥିବ ବେଳ ୨ଜଣ ଚନ୍ଦ୍ରଶେଖରପୁର ନିଳାଦ୍ରି ବିହାର ଅଞ୍ଚଳର ଓ ଅନ୍ୟ ଆକ୍ରାନ୍ତ ଜଣଙ୍କ ଶୈଳଶ୍ରୀ ବିହାର ହୋଇଥିବା  ଜଣାପଡ଼ିଛି ।

ସୂଚନା ମୁତାବକ ,  ଭୁବନେଶ୍ବରରେ ମୋଟ କରୋନା ରୋଗୀ ସଂଖ୍ୟା ୨୨୦ରେ ପହଞ୍ଚିଛି । ସେଥିମଧ୍ୟରୁ ୧୧୩ ଜଣ ସୁସ୍ଥ ହୋଇଥିବା ବେଳେ ୧୦୩ ଜଣ ଚିକିତ୍ସାଧିନ ଅଛନ୍ତି ଓ ୩ ଜଣଙ୍କର ମୃତ୍ୟୁ ଘଟିଛି ।

Comments are closed.