ସୁସ୍ଥ ହେଲେ ଆଉ ୬୧୨ କରୋନା ଆକ୍ରାନ୍ତ : ଆରୋଗ୍ୟଙ୍କ ସଂଖ୍ୟା ୧୦ହଜାର ଟପିଲା

ଭୁବନେଶ୍ବର : ରାଜ୍ୟରେ ବୁଧବାର ଆଉ ୬୧୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା ୧୦୪୭୬ରେ ପହଞ୍ଚିଛି। ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଗଞ୍ଜାମ ଜିଲାରୁ ସର୍ବାଧିକ ୨୭୦ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୮୪ ଜଣ, କେନ୍ଦୁଝରରୁ ୪୮,ଗଜପତିରୁ ୩୫, ବାଲେଶ୍ବରରୁ ୩୧, ଖୋର୍ଦ୍ଧାରୁ ୨୮, ନୟାଗଡ଼ରୁ ୨୫, ଯାଜପୁରରୁ ୨୦, ମୟୁରଭଞ୍ଜରୁ ୧୫, କଟକରୁ ୧୦, କୋରାପୁଟରୁ ୧୦, ଜଗତସିଂହପୁରରୁ ୧୦, ବରଗଡ଼ରୁ ୬, ପୁରୀରୁ ୬, ବଲାଙ୍ଗୀରରୁ ୫, କେନ୍ଦ୍ରାପଡାରୁ ୩, କଳାହାଣ୍ଡି ଓ କନ୍ଧମାଳରୁ ୨ ଜଣ ଲେଖାଏଁ ଏବଂ ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.