ଆଖି ପିଛୁଳାକେ ଜଣା ପଡ଼ିବ କରୋନା ପରୀକ୍ଷା ରିପୋର୍ଟ, ଲାଗିବ ମାତ୍ର ୩୦ ସେକେଣ୍ଡ

କରୋନା ପରୀକ୍ଷା ରିପୋର୍ଟ ପାଇବା ପାଇଁ ଦିନଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଆଖି ପିଛୁଳାକେ ଜଣାପଡ଼ିବ କରୋନା ରିପୋର୍ଟ । ଇସ୍ରାଏଲ୍ ଓ ଭାରତର ବିଶେଷଜ୍ଞମାନେ ଏହି ଧରଣର ଏକ ଟେଷ୍ଟ କିଟ୍ ବିକାଶ ପାଇଁ ମିଳାଇଛନ୍ତି ହାତ । ଏଥିପାଇଁ ଇସ୍ରାଏଲରୁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ ଦଳ ଖୁବ୍ ଶୀଘ୍ର ଭାରତ ଆସିବେ ।

ତ୍ବରିତ ରିପୋର୍ଟ ମିଳିବା ଦ୍ବାରା କରୋନା ସଂକ୍ରମିତଙ୍କୁ ଠାବ କରିବା ଓ ସେମାନଙ୍କୁ ଚିକିତ୍ସା କରିବା ସହଜ ହୋଇ ପାରିବ ବୋଲି କୁହାଯାଉଛି ।

Comments are closed.