୫୦୦ ଟଙ୍କାରେ ହେବ କରୋନା ପରୀକ୍ଷା

ନୂଆଦିଲ୍ଲୀ : କୋଭିଡ-୧୯ ପରୀକ୍ଷା ପାଇଁ ସ୍ବଦେଶୀ କିଟ୍‌ ପ୍ରସ୍ତୁତ ହୋଇଛି ଯାହାକି ଅନ୍ୟ କରୋନା ପରୀକ୍ଷା କିଟ୍‌ଠାରୁ ଖୁବ ଶସ୍ତା । ସିଏସଆଇଆର ଦ୍ବାରା ପ୍ରସ୍ତୁତ ଏହି କିଟ୍‌ ଦ୍ବାରା ମାତ୍ର ୪୫୦ରୁ ୫୦୦ ଟଙ୍କାରେ ସଂକ୍ରମଣ ପରୀକ୍ଷା ସମ୍ଭବ। ଏଥିସହ ୫ରୁ ୭ ମିନିଟ୍‌ ମଧ୍ୟରେ ସଂକ୍ରମଣ ସମ୍ବନ୍ଧରେ ସୂଚନା ଜଣାପଡିବ। ଏହି କିଟ୍‌ରେ ୫୦ରୁ ଅଧିକ ଲୋକଙ୍କଠାରେ ସଫଳ ପରୀକ୍ଷା କରାଯାଇଛି। ଏହାକୁ ବଜାରକୁ ଛାଡିବା ଲାଗି ଏବେ କେବଳ ଆଇସିଏମଆରର ମଞ୍ଜୁରୀକୁ ଅପେକ୍ଷା ରହିଛି। ଏହାକୁ ସିଏସଆଇଆରର ଗବେଷଣାଗାରରେ ଆଇଜିଆଇବିର ଡାକ୍ତର ଦେବଜ୍ୟୋତି ଚକ୍ରବର୍ତ୍ତି ଏବଂ ଡାକ୍ତର ସୌବିକ ମେତି ଦୁଇମାସ ଗବେଷଣା କରି କିଟ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ବ୍ୟବହୃତ ରସାୟନ ଏବଂ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ସ୍ବଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ବୋଲି ସିଏସଆଇଆରର ନିର୍ଦେଶକ ଶେଖର ମାଡେ କହିଛନ୍ତି। ଏଥିରେ ଗର୍ଭ ପରୀକ୍ଷା ଲାଗି ବ୍ୟବହୃତ ଷ୍ଟ୍ରିପର କାଗଜ ପଟି ରହିଛି । କୌଣସି ବ୍ୟକ୍ତିଙ୍କ ନମୁନା କରୋନା ସଂକ୍ରମିତ ଥିଲେ ଏହି ପଟିର ରଙ୍ଗ ପରିବର୍ତ୍ତନ ହୋଇଯିବ।

Comments are closed.