ସହର ମଧ୍ୟରେ ଜଳିଲା କରୋନା ସନ୍ଦିଗ୍ଧଙ୍କ ଶବ

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନା ସନ୍ଦିଗ୍ଧ ରୋଗୀଙ୍କ ମୃତ୍ୟୁ । ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ । ମେ ୨୧ ତାରିଖରେ ସେ ତାମିଲନାଡୁରୁ କଳାହାଣ୍ଡି ଫେରିଥିବା ବେଳେ ତାଙ୍କର ଶ୍ବାସକ୍ରିୟା ଜନିତ ସମସ୍ୟା ଦେଖାଦେଇଥିଲା । ପରେ କରୋନା ଲକ୍ଷଣ ନେଇ ସେ ହାବସପୁର କ୍ବାରେଣ୍ଟାଇନରେ ଥିଲେ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସୋମବାର ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱାବ ସଂଗ୍ରହ ହୋଇଥିବା କୋଭିଡ ହସ୍ପିଟାଲ ଇନଚାର୍ଜ ଡାକ୍ତର ନିହାରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି । ତେବେ ସ୍ୱାବ ପରୀକ୍ଷା ରିପୋର୍ଟ ଆସିବା ପରେ ଚିତ୍ର ସ୍ପଷ୍ଟ ହେବ।

ତେବେ ଏସବୁ ଭିତରେ ରୋଗୀ ଜଣଙ୍କର କରୋନା ଲକ୍ଷଣ ଥିବା ଡାକ୍ତର ସୂଚନା ଦେଇଥିବା ବେଳେ ଶବଦାହ ପ୍ରକ୍ରିୟା ସଦର ଥାନା ସମ୍ମୁଖରେ ଥିବା ମଶାଣିରେ ସମ୍ପନ ହୋଇଥିଲା । ପିପିଇ ପିନ୍ଧିଥିବା ବ୍ୟକ୍ତି ମାନେ ଅନ୍ତିମ ସଂସ୍କାର କରିଥିଲେ। ତେବେ  ସେମାନେ ମୃତକଙ୍କ ପରିବାର ବର୍ଗ ନାଁ ପ୍ରଶାସନିକ କର୍ମଚାରୀ ତାହା ସଦର ଥାନା ର ସିସିଟିଭି ଫୁଟେଜ ରୁ ହିଁ ସ୍ପଷ୍ଟ ହେବ । ତେବେ ସହର ମଧ୍ୟରେ ଏହି ସନ୍ଧିଗ୍ଧ ରୋଗୀଙ୍କ ଶବଦାହ କୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇ ଥିବା ବେଳେ ମଙ୍ଗଳବାର ସହର ବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

Comments are closed.