ପାରାଦୀପରେ କରୋନା ସନ୍ଦିଗ୍ଧ: ଏସ୍‌ସିବି ସ୍ଥାନାନ୍ତର

ଜଗତସିଂହପୁର: ବିଶ୍ବବ୍ୟାପୀ ମହାମାରୀର ରୂପ ନେଇଥିବା କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ଏଯାବତ୍ ଏଥିରୁ ବର୍ତ୍ତି ରହିଥିବା ବେଳେ ମଙ୍ଗଳବାର ରାଜ୍ୟରେ ୨ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରାଯାଇଛି। ପାରାଦୀପ ବନ୍ଦରରୁ କରୋନା ସନ୍ଦିଗ୍ଧ ଦମ୍ପତ୍ତିଙ୍କୁ ଚିହ୍ନଟ କରାଯାଇଛି। ସିଙ୍ଗାପୁରରୁ ପାରାଦୀପ ବନ୍ଦରକୁ ଆସିଥିବା ସେନଷ୍ଟାର ନାମକ ଜାହାଜର କର୍ମଚାରୀ ତଥା ସେକେଣ୍ଡ ଇଞ୍ଜିନିୟର ଓ ତାଙ୍କ ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମୟରେ ଥଣ୍ଡା ଓ ଜ୍ବର ଥିବା ଜଣାପଡ଼ିଥିଲା। ବିଶେଷ କରି ଇଞ୍ଜିନିୟରଙ୍କ ଶରୀରରେ ଉଚ୍ଚ ତାପମାତ୍ରା ଥିବା ପରିଲକ୍ଷିତ ହୋଇଥିଲା। ଏସବୁ ଲକ୍ଷଣ ଦେଖି କରୋନା ସନ୍ଦେହରେ ଦମ୍ପତ୍ତିଙ୍କୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।

Comments are closed.