କୋଭିଡ ଆରୋଗ୍ୟ ହାର ୯୬.୫୬ ପ୍ରତିଶତ : ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୪୦୬

ନୂଆଦିଲ୍ଲୀ : ଦେଶରେ କୋଭିଡ ଆରୋଗ୍ୟ ହାର ୯୬.୫୬ ପ୍ରତିଶତ ରହିଛି। ଗତ ୨୪ଘଣ୍ଟା ମଧ୍ୟରେ ୧୭ ହଜାର ୭୪୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ଏପର୍ଯ୍ୟନ୍ତ ମୋଟ୍‍ ୧ କୋଟି ୧୦ଲକ୍ଷ ୪୫ ହଜାର,୨୮୪ ଲୋକ ଆରୋଗ୍ୟ ଲାଭ କରିସାରିଲେଣି। ଚିକିତ୍ସିତ ହେଉଥିବା ସକ୍ରିୟ ସଂକ୍ରମିତମାନଙ୍କ ସଂଖ୍ୟା ୨ ଲକ୍ଷ ୩୪ ହଜାର ୪୦୬ ରହିଛି, ଯାହା ମୋଟ୍‍ ସଂକ୍ରମଣର ୨.୦୫%।

ଗତ ୨୪ଘଣ୍ଟା ମଧ୍ୟରେ ୨୮ ହଜାର ୯୦୩ ଜଣ ଲୋକ ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଏପର୍ଯ୍ୟନ୍ତ ମୋଟ୍‍ ସଂକ୍ରମଣ ୧ କୋଟି ୧୪ ଲକ୍ଷ ୩୮ହଜାର ୭୩୪ ରହିଛି। ଗତ ୨୪ଘଣ୍ଟା ଭିତରେ ଆଉ ୧୮୮ ଜଣଙ୍କ ମୃତ୍ୟୁ ସହ ଦେଶରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ୧ ଲକ୍ଷ ୫୯ହଜାର ୪୪ରେ ପହଞ୍ଚିଛି। ଦେଶରେ କରୋନା ଜନିତ ମୃତ୍ୟୁ ହାର ୧.୩୯ ପ୍ରତିଶତରେ ସ୍ଥିର ରହିଛି। ଆଇସିଏମ୍‍ଆର୍‍ରୁ ମିଳିଥିବା ରିପୋର୍ଟ ଅନୁସାରେ ଗତ ୨୪ଘଣ୍ଟା ଭିତରେ ୯ ଲକ୍ଷ ୬୯ ହଜାର ୨୧ ନମୁନା ପରୀକ୍ଷା କରାଯାଇଛି। ଦେଶରେ ଏପର୍ଯ୍ୟନ୍ତ ସର୍ବମୋଟ୍‍ ୨୨ କୋଟି ୯୨ଲକ୍ଷ ନମୁନା ପରୀକ୍ଷା କରାଯାଇ ସାରିଲାଣି।

Comments are closed.