ରାଜ୍ୟରେ ଉଦବେଗଜନକ ସ୍ଥିତିରେ କରୋନା ସଂକ୍ରମଣ

ବିଭିନ୍ନ ଜିଲ୍ଲାର ସ୍ଥିତି

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଉଦବେଗଜନକ ପରସ୍ଥିତି ସୃଷ୍ଟି କରିଛି। ଯଦିଓ ସଂକ୍ରମିତ ଓ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ତେବେ ଦିନକୁ ଦିନ ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି।ରାଜ୍ୟରୁ ସୋମବାର ଆଉ ୧୫୨୮କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ୯୪୮ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବା ବେଳେ ୫୮୦ଜଣ ସ୍ଥାନୀୟ ଅଞ୍ଚଳରୁ ରହିଛନ୍ତି । ସୋମବାର ଚିହ୍ନଟ ୧୫୨୮ଆକ୍ରାନ୍ତଙ୍କ ମିଶାଇ ରାଜ୍ୟର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭,୪୫୫ରେ ପହଞ୍ଚିଛି ।

ସୋମବାର ଗଞ୍ଜାମ ଜିଲ୍ଲାରୁ ୨୩୩ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି। ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୦୮୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ସୋମବାର ସୁଦ୍ଧା ଖୋର୍ଦ୍ଧା ଜିଲ୍ଲାରୁ ୬,୬୬୩, କଟକ ଜିଲ୍ଲାରୁ ୩,୨୦୨, ଓ ସୁନ୍ଦରଗଡ ଜିଲ୍ଲାରୁ ୨୩୬୨ ଓ ଗଜପତି ଜିଲ୍ଲାରୁ ୨,୦୨୦, ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଯାଜପୁର ଜିଲ୍ଲାରୁ ୧୬୩୪, ରାୟଗଡା ଜିଲ୍ଲାରୁ ୧୫୦୬, ବାଲେଶ୍ୱର ଜିଲ୍ଲାରୁ ୧୪୩୪, ପୁରୀ ଜିଲ୍ଲାରୁ ୧୨୯୯, କୋରାପୁଟ ଜିଲ୍ଲାରୁ ୧୨୭୧ , ସମ୍ବଲପୁର ଜିଲ୍ଲାରୁ ୧୧୬୯, କେନ୍ଦୁଝର ଜିଲ୍ଲାରୁ ୧୦୪୩ ଓ ନୟାଗଡ ଜିଲ୍ଲାରୁ ୧୦୪୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ଏହି ସବୁ ଜିଲ୍ଲାରେ ସହସ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ କରୋନା ସଂକ୍ରମଣ ସଂଖ୍ୟା କିଛି କମ୍‍ ନୁହେଁ।
ତେବେ ଭଦ୍ରକ ଜିଲ୍ଲାରୁ ୯୮୪, ମାଲକାନଗିରି ଜିଲ୍ଲାରୁ ୯୨୬, ମୟୁରଭଂଜ ଜିଲ୍ଲାରୁ ୯୧୮, କନ୍ଧମାଳ ଜିଲ୍ଲାରୁ  ୯୧୬, ଜଗତସିଂହପୁର ଜିଲ୍ଲାରୁ ୮୯୨, ବଲାଙ୍ଗିର ଜିଲ୍ଲାରୁ ୬୯୬, କେନ୍ଦ୍ରାପଡା ଜିଲ୍ଲାରୁ ୬୬୮, ଢେଙ୍କାନାଳ ଜିଲ୍ଲାରୁ ୬୬୭, ବରଗଡ ଜିଲ୍ଲାରୁ ୬୪୪, କଳାହାଣ୍ଡି ଜିଲ୍ଲାରୁ ୫୧୮, ଅନୁଗୁଳ ଜିଲ୍ଲାରୁ ୪୩୯, ଝାରସୁଗୁଡା ଜିଲ୍ଲାରୁ ୪୦୦, ନବରଙ୍ଗପୁର ଜିଲ୍ଲାରୁ ୩୮୩, ବୌଦ୍ଧ ଜିଲ୍ଲାରୁ ୨୧୦, ନୂଆପଡା ଜିଲ୍ଲାରୁ ୧୮୭ , ସୁବର୍ଣପୁର ଜିଲ୍ଲାରୁ ୧୭୪ ଏବଂ ଦେବଗଡ ଜିଲ୍ଲାରୁ ୧୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ସୋମବାର ରାଜ୍ୟରୁ ଆଉ ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୩ ହଜାର ଅତିକ୍ରମ କରିଛି। ଏହି ୧୨୩୬ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିବା ସହ ମୋଟ୍‍ ଆରୋଗ୍ୟଙ୍କ ସଂଖ୍ୟା ୩୩,୦୨୦କୁ ବୃଦ୍ଧି ପାଇଛି। ଯାହାକି ଏକ ଆସ୍ୱସ୍ତିକର ଖବର, କାରଣ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ସକ୍ରିୟ ସଂକ୍ରମିତଙ୍କ ଠାରୁ ଦୁଇଗୁଣରୁ ଅଧିକ।

Comments are closed.